ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଆର୍ଯ୍ୟ ପ୍ୟାଲେସ୍ ଠାରେ ଇନରହ୍ବିଲ ତୋଷାଳୀର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ୩୨୬ର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ସଂଘମିତ୍ରା ସାହୁ, ଏସୋସିଏସନର ସଦସ୍ୟା ସନ୍ଧ୍ୟାରାଣୀ ମିଶ୍ର, ଜିଲ୍ଲା ସମ୍ପାଦିକା ପୁଷ୍ପା ହରିଚନ୍ଦନ, ଜିଲ୍ଲା ଏଡିଟର ଆରତୀ ବଡ଼ପଣ୍ଡା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

ପୂର୍ବତନ ସଭାନେତ୍ରୀ ରିତୁପର୍ଣା ସେଠୀଆ ଚଳିତ ବର୍ଷର ସଭାନେତ୍ରୀ ସୋନାଲା ମୁଖାର୍ଜୀଙ୍କୁ ଓ ପୁର୍ବତନ ସମ୍ପାଦିକା ସୋନାଲା ମୁଖାର୍ଜୀ ଚଳିତ ବର୍ଷର ସମ୍ପାଦିକା ସୁପ୍ରିୟା ପୃଷ୍ଟିଙ୍କୁ ସେମାନଙ୍କ କାର୍ଯ୍ୟଭାର ଦାୟିତ୍ବ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୯ଜଣ ନୂତନ ସଦସ୍ୟାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ଶ୍ରବଣଶକ୍ତି ହରାଇଥିବା ଭରତପୁର ନିବାସୀ ପ୍ରମୋଦ କୁମାରଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇ ଥିଲା।
ରୋଟାରୀ ତୋଷାଳୀର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। କ୍ଲବର ଉପଦେଷ୍ଟା ଲିଲି ସାଇମନ ଓ ସୁପ୍ରଭା ଶତପଥୀ ସେମାନଙ୍କ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିବା ବେଳେ କ୍ଲବର ସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର “ବୈଶାଳୀ” ନାମକ ବୁଲେଟିନ୍ ପରିବେଷଣ କରିଥିଲେ। ତୋଷାଳୀର ସଦସ୍ୟା ଚନ୍ଦ୍ରଲେଖା ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଅନିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଦସ୍ୟାମାନଙ୍କ ଯୋଗଦାନ ଅତୂଳନୀୟ ରହିଥିଲା।
