ମାହାଙ୍ଗା,୦୬/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଥାନା ସଂଖପୁର ଗ୍ରାମର ମନୋଜ କୁମାର ମହାନ୍ତି ପୁରୀ ଜିଲ୍ଲା ପ୍ରାଣୀ ଓ ମତ୍ସ ସମ୍ପଦ ବିଭାଗର ଏସ ଡି ଭି ଓ ଙ୍କ କାର୍ଯ୍ୟାଳୟ କିରାଣୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିବା ପରେ, ଗୁରୁବାର ସନ୍ଧ୍ୟା ରେ ଏକ ଚାରି ଜଣିଆ ଭିଜିଲାନ୍ସ ଟିମ ତାଙ୍କ ପୈତୃକ ଘର ମାହାଙ୍ଗା କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁରରେ ଚଢ଼ାଉ କରିଥିଲେ । ମନୋଜଙ୍କ କଟକ ଘର , ପୁରୀ ଅଫିସ ଏବଂ ପୈତୃକ ଘରେ ଏକ କାଳୀନ ଚଢ଼ାଉ ହୋଇଥିଲା ।
ଏହି ଚଢ଼ାଉରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବିରୁଆ, ଇନ୍ସପେକ୍ଟର ଶର୍ମିଷ୍ଠା ସାହୁ, ଏ ଏସ ଆଇ ଦୀପକ ଦାସ, ପ୍ରମୁଖ ସାମିଲ ହୋଇଥିଲେ । ତେବେ ମନୋଜଙ୍କ ପୈତୃକ ଘରୁ କିଛି ମିଳିନଥିବା ସୂଚନା ମିଳିଛି ।
ଏଠାରେ ସୂଚନା ଥାଉକି ପୁରୀ ଏସ ଡି ଭି ଓ ଅଫିସର କିରାଣୀ ମନୋଜ ମହାନ୍ତି ଇଲେକ୍ଟ୍ରି ଭେଇକିଲ ରେ ସବସିଡି ଲୋନ ବାବଦକୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।