ମୋକଦ୍ଦମା ସମାଧାନ ପାଇଁ ମଧ୍ୟସ୍ଥତା ଅଭିଯାନ

 ଜଗତସିଂହପୁର ୧୨/୦୭/୨୦୨୫ (ଓଡ଼ିଶା ସମାଚାର)-ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦେଶକ୍ରମେ “ରାଷ୍ଟ୍ର ପାଇଁ ମଧ୍ୟସ୍ଥତା” ଶୀର୍ଷକରେ ଏକ ୯୦ ଦିନିଆ ମଧ୍ୟସ୍ଥତା ଅଭିଯାନ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆରମ୍ଭ ହୋଇଛି ।

ଏହି ଅଭିଯାନ ଅନୁଯାଇ ଜିଲ୍ଲା ଓ ତାଲୁକ ସ୍ତରୀୟ ବିଭିନ୍ନ ଅଦାଲତରେ ଥିବା ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ବାଣିଜ୍ୟିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ, ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ଗୁଡିକ ଜୁଲାଇ ୩୧ ତାରିଖ ଭିତରେ ଚିହ୍ନଟ କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରକୁ ପଠାଯିବ ।

ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ତରଫରୁ ତାଲିମପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଅଭିଜ୍ଞ ଆଇନଜୀବୀମାନଙ୍କୁ ନିୟୋଜିତ କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଗୁଡିକୁ ସମାଧାନ କରାଯିବ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *