ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ରଥଯାତ୍ରାରେ ଭକ୍ତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପୁରୀ, ୦୩/୦୭/୨୦୨୫ (ଓଡ଼ିଶା ସମାଚାର)- ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ, ବ୍ରହ୍ମପୁର ତରଫରୁ ଚଳିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ସଂସ୍ଥାନର ପ୍ରତିଷ୍ଠାତା ପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୁରୀ ବଡଦାଣ୍ଡରେ ମହାପ୍ରସାଦ ସଦୃଶ ଅନ୍ନ, ଡାଲମା, ଖଟା ଓ ମିଠା ହାଲୁଆ ଇତ୍ୟାଦି ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦର ସହ ପ୍ରସାଦ ସେବନ କରିବାର ଦୃଶ୍ୟ ବଡ ମନୋରମ ଥିଲା।

ଗୁରୁଜୀଙ୍କ ଆନୁକୁଲ୍ୟରେ ହୋଇଥିବା ଏହି ମହାନ କାର୍ୟ୍ୟକ୍ରମରେ ରାମ ଜନ୍ମଭୂମି ଅଯୋଧ୍ୟା ଦିଗାମ୍ବର ଅନି ଆଖଡାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀ ବୈଷ୍ଣୋ ଦାସ ମହାରାଜଜୀ, ବୃନ୍ଦାବନର ଶ୍ରୀ ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜଜୀ, ଲଳିତାନନ୍ଦ ମହାରାଜଜୀ, ଉଜ୍ଜୟନୀରୁ ଶ୍ରୀ ଶ୍ରୀ ମଦନଦାସ ମହାରାଜଜୀ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଭକ୍ତଙ୍କ ପାଇ ରନ୍ଧନ ଖାଦ୍ୟ ସହିତ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇ ଥିଲା। ଏହି ଶିବିର ବରିଷ୍ଠ ମେଡିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ନାରାୟଣ ଦାସ ଓ ଅନୁରାଧା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳନା କରାଯାଇ ଥିଲା। ଏହି କାର୍ୟ୍ୟକ୍ରମ ସଫଳ ରୂପାୟନ ହେବାରେ ଶୈଳେନ୍ଦ୍ର ଦାସ, ଗୈରି ଶଙ୍କର ପାତ୍ର, ପ୍ରିୟଙ୍କା ଦେବି, ସନ୍ଦୀପ ଦଳାଇ, ମହେନ୍ଦ୍ର ଦଳାଇଙ୍କ ଭୁମିକା ଅତି ଉଚ୍ଚକୋଟିର ଥିଲା।


ଏହି କାର୍ୟ୍ୟକ୍ରମରେ ପ୍ରଭୁଙ୍କ ତିନି ରଥ ନିର୍ମାଣ କରିଥିବା ସମସ୍ତ ମହାରଣା ଓ ଚିତ୍ର କାରିଗରଙ୍କୁ ଗୁରୁଜୀଙ୍କ ତତ୍ତ୍ବାବଧାନରେ ଅଯୋଧ୍ୟା ମହାରାଜ, ବୃନ୍ଦାବନରୁ ଆସିଥିବା ମହାରାଜଙ୍କ ଉପସ୍ଥିତିରେ ସ୍ଥାନୀୟ ଗୁରୁ ଭାଇ ପ୍ରିୟଦର୍ଶୀ ପଟ୍ଟନାୟକ(ପିକୁ ଭାଇ) ଓ ରମେଶ ବର୍ମାଙ୍କ କରକମଳରେ ଧୋତି ଓ ଗାମୁଛା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ପରିବାରର ସାଇ ପ୍ରସାଦ ପାତ୍ର, ଗଣେଷ ପ୍ରଧାନ, ଶ୍ରୀହରି ଦାସ, ଦୀପକ ପାଣିଗ୍ରାହୀ, ସନ୍ତୋଷ ମହାନ୍ତି, ଦ୍ବାରିକା ମହାନ୍ତି, ସଙ୍ଗୀତା ମହାନ୍ତି, ପୁଷ୍ପାଞ୍ଜଳି ପ୍ରଧାନ, ସମିର ମହାନ୍ତି, ଅଂଜୁ ମହାନ୍ତି, ସନ୍ଦୀପ ପାଣିଗ୍ରାହୀ, ଟୁନି ବିଶ୍ବାଳ, ଚନ୍ଦନ ସାହୁ, ଏଲ୍. କାମରାଜୁ ଦାସ, ବେଣୁ ଭାଇଙ୍କ ସମେତ ସମସ୍ତ ଗୁରୁ ଭାଇ ଓ ଭଉଣୀ ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଗୁରୁ ଭାଇ ଓ ଭଉଣୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ ହେବାରେ ସହାୟକ ହୋଇଥିଲେ।

Leave a Reply

Your email address will not be published. Required fields are marked *