ନିରାକାରପୁର ପୋଲିସର ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢାଉ: ପାୱାର ଟିଲର ଛାଡ଼ି ଛତ୍ରଭଙ୍ଗ

ନିରାକାରପୁର, ୬/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଅଂଚଳରେ ଚାଲୁ ଥିବା ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ାଉ କରି ଗୋଟିଏ ପାୱାର ଟିଲର ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ କି ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ବେଆଇନ ଖଣି ରାତିଦିନ ଚାଲୁଥିବା ଖବର ପାଇ ଶୁକ୍ରବାର ଅପରାହ୍ନରେ ନିରାକାରପୁର ପୋଲିସ ଏସ ଆଇ ଦିପାଳିଶା ନାୟକ ଓ ଏ ଏସ ଆଇ ଶରତ ବେହେରାଙ୍କ ନେତୃତ୍ୱରେ ପୋଲିସ ବାହିନୀ ନିକଟସ୍ଥ ଖଜୁରୀପଡ଼ା ଜଙ୍ଗଲ ମଧ୍ୟରେ ଖଣି କଟା ଯାଉଥିବାବେଳେ ସଦଳବଳେ ଚଢ଼ାଉ କରିଥିଲେ। ପୋଲିସ ର ଚଢ଼ାଉ ଦେଖି ଖଣି କଟା ଯିବାରେ ନିୟୋଜିତ ଥିବା ଶ୍ରମିକ ମାନେ ପାୱାର ଟିଲର ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ପାୱାର ଟିଲର କୁ ଜବତ କରିଥିବାବେଳେ କେସ ନଂ ୧୭୨/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *