ଶ୍ରୀମତୀ ପୂର୍ଣ୍ଣିମା କେରକେଟା  ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ବୋର୍ଡ଼ର ଅଂଶକାଳିକ ବେସରକାରୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଲେ।

ରାଉରକେଲା,୧୨/୦୭/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ) – ବିଜେପି ନେତ୍ରୀ ତଥା ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟା ମହାମହିମ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ବୋର୍ଡ଼ର ଅଂଶକାଳିକ ବେସରକାରୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି ବୋଲି ପି ଏସ ୟୁ, ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ଶର୍ମା ଚଳିତ ମାସ ୭ ତାରିଖ ଦିନ ଏହି ମର୍ମରେ ଏକ ନିର୍ଦ୍ଦେଶ ନାମା  ଜାରି କରିଛନ୍ତି।

ଏହି ଖବର ପ୍ରଚାରିତ ହେବା ମାତ୍ରେ ବିଜେପି କର୍ମୀ ମହଲରେ ଆନନ୍ଦ ଓ ଉତ୍ସାହ ଖେଳି ଯାଇଛି। କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ଶ୍ରୀମତୀ ପୂର୍ଣ୍ଣିମାଙ୍କ ନିଯୁକ୍ତିକୁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ମାଟି ତଥା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆଦିବାସୀ ମହିଳା ଏହି ଭଳି ଏକ ଉଚ୍ଚ ପଦବୀରେ ନିଯୁକ୍ତି ପାଇ ଥିବାରୁ ବିଜେପି ଜିଲ୍ଲା ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ  ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *