କିଶନନଗର ଠାରେ ଦମକଳ କେନ୍ଦ୍ର ସ୍ଥାପନାକୁ ମଞ୍ଜୁର କରିଥିବାରୁ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ,ମଉଳି ଥିବା ଆଶା କଅଁଳିଲା

କିଶନନଗର ଠାରେ ଦମକଳ କେନ୍ଦ୍ର ସ୍ଥାପନା ପ୍ରସ୍ତାବ ଅନୁମୋଦନ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶନ କୁ ଅପେକ୍ଷା

କଟକ ସଦର ,୧୨/୦୭/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଦୀର୍ଘ ଦିନ ହେଲା ସାଧାରଣରେ ଦାବି ହୋଇ ଆସୁଥିଲା । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ କିଶନନଗର ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବର ବିଭାଗିୟ ଅନୁଧ୍ୟାନ ଆରମ୍ଭ ହୋଇଥିଲା ।

କିଶନନଗର ଠାରେ ଖୁବ୍ ଶୀଘ୍ର ଏକ ଦମକଳ କେନ୍ଦ୍ର ଖୋଲିବ (https://eodishasamachar.com/?p=40439) ଏ ସମ୍ପର୍କରେ   ଓଡ଼ିଶା ସମାଚାର ରେ ଖବର ପ୍ରକାଶ ପାଇଥିଲା ।

କିନ୍ତୁ ବିଭାଗିୟ ଅଧିକାରୀଙ୍କ ପ୍ରତିକୂଳ ମନ୍ତବ୍ୟ ପରେ କିଶନନଗର ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ଆଶା ମଉଳି ଯାଇଥିଲା , ଯାହାକି ଓଡ଼ିଶା ସମାଚାରରେ ଗତ ୧୩.୦୬.୨୦୨୫  ରେ (କିଶନନଗର ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବା ଆଶା ମଉଳିଲା !     (https://eodishasamachar.com/?p=49429) ଖବର ପ୍ରକାଶ ପାଇଥିଲା । ହେଲେ  ଏଥିନେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ ଅଗ୍ନିଶମ ବିଭାଗ ର ମାର୍ଗଦର୍ଶିକା କୁ ଉପେକ୍ଷା କରି ଅଂଚଳର ଜନସାଧାରଣଙ୍କ ଆବଶ୍ୟକତା ଓ ଭୌଗୋଳିକ ଦୃଷ୍ଟିକୋଣରୁ କିଶନନଗର ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା କରାଯିବାର ଆବଶ୍ୟକତା ଥିବାରୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଠାରେ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବା   ବିଧାୟକ ପ୍ରକାଶ ସେଠୀ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କିଶନନଗର ଜନସାଧାରଣଙ୍କ ପକ୍ଷରୁ  କୃତଜ୍ଞତା ଜଣାଇଛନ୍ତି। ଏଥିପାଇଁ ସାଧାରଣରେ ମଉଳି ଯାଇଥିବା ଆଶା ପୁଣି ଥରେ କଅଁଳିଛି। ତେବେ  କିଶନନଗର ଠାରେ ଦମକଳ କେନ୍ଦ୍ର ସ୍ଥାପନା ପ୍ରସ୍ତାବ ଅନୁମୋଦନ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶନ କୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *