କିଶନନଗର ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବା ଆଶା ମଉଳିଲା !

କଟକ ସଦର, ୧୩ /୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ଏଵଂ ବର୍ତମାନର କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଉଦ୍ୟମ ଅବ୍ୟାହତ ଥିବାବେଳେ ସରକାରଙ୍କ ମାର୍ଗ ଦର୍ଶିକା ପ୍ରକାଶନ ପରେ‌ ଏହି ଆଶା ମଉଳିଯିଵାକୁ ବସିଛି।

ପ୍ରକାଶ ଯେ ଅଗ୍ନିଶମ ବିଭାଗ ନିର୍ଦ୍ଦେଶାବଳୀ ଅନୁଯାୟୀ କିଶନନଗର ଠାରେ ଦମକଳ କେନ୍ଦ୍ର ସ୍ଥାପନା ହୋଇପାରିବ ନାହିଁ ବୋଲି କଟକ ରେଞ୍ଜ୍ ଫାୟାର ଅଫିସର ଅଗ୍ନିଶମ ବିଭାଗ ଡିଜି (ମହାନିର୍ଦ୍ଦେଶକ) ଙ୍କୁ ପତ୍ର ଦ୍ୱାରା ଅବଗତ କରାଇଥିବା ଜଣାପଡିଛି। ପତ୍ର ସଂଖ୍ୟା ୧୦୬୩/୧୩.୨.୨୦୨୫ ରେ‌ ଉଲ୍ଲେଖ ରହିଛି ଯେ କିଶନନଗର ଅଞ୍ଚଳର ପରିଧି ମଧ୍ୟରେ ଏଵଂ ୩୦ କିମି ଦୂରତା ରେ‌ ସରକାର ଙ୍କ ନିୟମ ଅନୁଯାୟୀ ସାଲେପୁର, କଟକ ବକ୍ସିବଜାର, ବିଦ୍ୟାଧରପୁର, ରଘୁନାଥପୁର, ବିରିଡ଼ି ପ୍ରଭୃତି ସ୍ଥାନରେ ଦମକଳ କେନ୍ଦ୍ର ରହିଛି ।

ଏଥି ସହିତ ବର୍ଷକୁ ୨୦ ରୁ ୧୫ ଉକ୍ତ ଅଞ୍ଚଳରେ ନିଆଁ ଲାଗିଵା ରିପୋର୍ଟ ନାହିଁ। ସର୍ବନିମ୍ନ ୩୦ କିମି ମଧ୍ୟରେ ଦମକଳ କେନ୍ଦ୍ର ଥିଲେ ଆଉ ଏକ ନୂଆ କେନ୍ଦ୍ର ଖୋଲାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୨୯୩୪/୫.୧୨.୧୯୯୮ ନିର୍ଦେଶ ରୁ ଜଣାପଡିଛି। ଏହା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *