କିଶନନଗର କଲେଜରେ ମେଗା ରକ୍ତଦାନ ଶିବିର,୧୯୪  ୟୁନିଟ ରକ୍ତ ସଂଗ୍ରହ,ହୁଲିପୁର ଠାରେ ବିଜେପିର ମିଶ୍ରଣ ପର୍ବ 

କଟକ ସଦର, ୦୮/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ ପଞ୍ଚାୟତରେ ଥିବା ତଥା ନିଜେ ପଢୁଥିବା କିଶନନଗର କଲେଜରେ ଆଜି ରବିବାର ଦିନ ବିଧାୟକଙ୍କ ତତ୍ତ୍ୱାବଧାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମତ୍ସ୍ୟ ଓ ପଶୁସମ୍ପଦ ଏଵଂ ଅଣୁ, କ୍ଷୁଦ୍ର,ମଧ୍ୟମ (ଏମ୍ ଏସ୍ ଏମ୍ ଇ) ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରି ରକ୍ତଦାତା ଜୀବନ ଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ କିଶନନଗର କଲେଜର ସମସ୍ତ କର୍ମଚାରୀଙ୍କ ସମେତ ଅଧ୍ୟକ୍ଷ ପ୍ରେମାନନ୍ଦ ମୁଦୁଲି, ଡ଼ଃ ଅନାଦି ବରାଳ, କୃଷ୍ଣ ଚନ୍ଦ୍ର ମହାନ୍ତି,’ଆକା’ କ୍ଲବ ସଭାପତି ଦେବବ୍ରତ ପାତ୍ର ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।  ଭର୍ତୃହରି  ମହତାବ ଯୋଗ ଦେବାକୁ ଥିବା ବେଳେ ସିଏ ଆସିନଥିବା ଜଣାପଡିଛି।ସେହିପରି ମନ୍ତ୍ରୀ ଯଶପଡା ପଞ୍ଚାୟତର ଓଡ଼ପଡ଼ା ଠାରେ ଏକ ଉଚ୍ଚ ପାନୀୟ ଜଳ ଟାଙ୍କି ଉଦଘାଟନ କରିବା ସହିତ କିଶନନଗର ପଞ୍ଚାୟତର ହୁଲିପୁର ଗରାଶୁଣି ଠାରେ ଗ୍ରାମୀଣ ଉଦ୍ୟାନ କୁ ଉଦଘାଟନ କରିଥିଲେ। ହେଲେ ପାଣି ଟାଙ୍କିର ରଙ୍ଗ ସବୁଜ ଥିବା କୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଗରାଶୁଣି ପଡିଆ ଠାରେ କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ପୈ।ରୋହିତ୍ୟରେ ଏଵଂ ରଘୁନାଥ ଚୈ।ଧୁରୀ ଓ ଆଦିତ୍ୟ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ମିଶ୍ରଣ ପର୍ବ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅନ୍ୟ ଦଳରୁ ଆସିଥିବା ଅନେକ କର୍ମୀଙ୍କ ସମେତ କନ୍ଦରପୁର ସରପଂଚ ସୁଭାଷିନୀ ରାଉତ, ଅରିଲୋ ସରପଂଚ ମମତା ମଲ୍ଲିକ, ସମିତିସଭ୍ୟା ମମତା ବେହେରା,ଵାରଦା ସରପଂଚ ନିରଜ ନଳିନୀ ଦାସ, ସମିତି ସଭ୍ୟା ସଂଗୀତା ବାରିକ୍,ଵୋଧପୁର ସରପଂଚ ପ୍ରଶାନ୍ତ ବେହେରା, ଜନାର୍ଦ୍ଦନପୁର ସରପଂଚ ବିଶ୍ୱଭୂଷଣ ନାୟକ ପ୍ରମୁଖ ଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ରେ ସାମିଲ କରାଇଥିଲେ। ଅନେକ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ଆଜିର ମିଶ୍ରଣ ପର୍ବରେ ସାମିଲ ହେବାକୁ ଥିବା ବେଳେ ସେମାନଙ୍କ ପାଇଁ ଵର୍ଷା ବାଧକ ସାଜି ଥିବାରୁ ସେମାନେ ଆସିପାରି ନଥିବା ଜଣାପଡ଼ିଛି। ଏଥିରେ ଅନ୍ୟମାନଙ୍କ  ମଧ୍ୟରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, କିଶନନଗର ସରପଂଚ ସୁଜାତା ସେଠୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ସଂଗଠକ ଅବିନାଶ ଆନନ୍ଦ ମହାନ୍ତି (ଗୁଡୁ), ପ୍ରଦୀପ୍ତ କୁମାର ଦାସ (ଝାଟୁ) ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *