କିଶନନଗର ଠାରେ ଖୁବ୍ ଶୀଘ୍ର ଏକ ଦମକଳ କେନ୍ଦ୍ର ଖୋଲିବ

କଟକ ସଦର, ୦୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆବଶ୍ୟକତା ଦୃଷ୍ଟିରୁ ଏଵଂ ଦୀର୍ଘ ଦିନର ଦାବିକୁ ଗୁରୁତ୍ୱ ଦେଇ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ ଷ୍ଟେଟବ୍ୟାଙ୍କ ଖୋଲିଥିବା ବେଳେ ଦମକଳ କେନ୍ଦ୍ର ଖୋଲିବାର ପ୍ରସ୍ତାବ ରହିଥିବା ସରକାରଙ୍କ ଏକ ପତ୍ର ରୁ ଜଣାପଡିଛି।

ରାଜ୍ୟର ୭ ଟି ସ୍ଥାନରେ ଦମକଳ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରହିଥିବା ପରିପ୍ରେକ୍ଷୀରେ କଟକ ଜିଲ୍ଲା ର କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗର ଠାରେ ଏକ ଦମକଳ କେନ୍ଦ୍ର ଖୋଲିଵାକୁ ପ୍ରସ୍ତାବ ରହିଛି ।

ଏ ସମ୍ପର୍କରେ ଆବଶ୍ୟକ କର୍ମଚାରୀ ସମ୍ପର୍କରେ ବିଭାଗିୟ ପତ୍ରାଳାପ ରୁ ଜଣାପଡିବା ପରେ ବିଭିନ୍ନ ମହଲରୁ ବିଧାୟକ ଙ୍କୁ ଧନ୍ୟବାଦ ର ସୁଅ ଛୁଟିଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *