ଶିକ୍ଷାବିତ ଡ. ଅଜୟ ରାଉତଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୨/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପ୍ରତିଭା ପୂଜା ସଂସଦ ଓ ଜିଲା ବୋଇତ ବନ୍ଦାଣ ସମିତିର ମିଳିତ ଆନୁକୂଲ୍ୟରେ କପାଳେଶ୍ୱର ଗ୍ରାମପଂଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ କେନ୍ଦ୍ରାପଡ଼ା ଜିଲାର ବିଶିଷ୍ଟ ଶିକ୍ଷାବିତ ତଥା କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ପ୍ରାଧ୍ୟାପକ ଡ. ଅଜୟ କୁମାର ରାଉତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନିକଟରେ ପ୍ରାଧ୍ୟାପକ ଡ. ରାଉତ ଆମେରିକାର କେନେଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ସଭାପତିତ୍ୱ କରି କହିଲେ ଯେ ଡ. ରାଉତ କେନ୍ଦ୍ରାପଡ଼ା ଜିଲାରେ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

ସେହିପରି ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଡ. ରାଉତ ଉଭୟ ଅନୁଷ୍ଠାନର ସଦସ୍ୟ ହୋଇଥିବାରୁ ତାଙ୍କୁ ଏହି ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସୁଶିଲ କୁମାର ସାମଲ, ପ୍ରଫୁଲ୍ଲ କୁମାର ଦାସ ଓ ଚିତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଡ. ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର, ରବୀନ୍ଦ୍ର ନାଥ ରଥ, ହିମାଂଶୁ ଦାସ, ଲୋହିତ ମହାନ୍ତି, ଶ୍ରୀଧର ମହାନ୍ତି, ରଜନିକାନ୍ତ ଦାସ, ପ୍ରଭାତୀ ଧଳ, ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବୈଷ୍ଣବ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *