ବୈଷ୍ଣବଦତ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ସଂକଳ୍ପ ଶିବିର

ଯାଜପୁର ୧୨/୦୭/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ   ବୈଷ୍ଣବ ଦତ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ‘ସଂକଳ୍ପ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ୩୦ଟି ପୂର୍ଣ୍ଣ  ଅନୁଦାନ ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ  ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ଜୁଲାଇ ୦୭ ତାରିଖରୁ ଆରମ୍ଭ ହୋଇ ଜୁଲାଇ  ୧୧ ତାରିଖ ପର୍ଯ୍ୟନ୍ତ ଚାଲୁରହିଥିଲା । ଯାଜପୁର ଜିଲ୍ଳାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଉକ୍ତ ପ୍ରଶିକ୍ଷଣକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଓ ପେଡାଗୋଜି ସଂଯୋଜକ ରାଜେଶ କୁମାର କର ମହାପତ୍ରଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ଶିବିରଟି ଚାଲୁ ରହିଥିଲା ।

ପ୍ରଶିକ୍ଷଣର ନିରୀକ୍ଷଣ ଜିଲ୍ଲା ଶିକ୍ଷଧିକାରୀ ନିତ୍ୟାନନ୍ଦ ବାରିକଙ୍କ ଦ୍ଵାରା କରାଯାଉଥିଲା । ବିଦ୍ୟାଳୟରେ ପିଲାମାନଙ୍କୁ କିପରି ଉନ୍ନତ୍ତ ମାନର ଶିକ୍ଷା ଦିଆ ଯାଇପାରିବ ସେଥିପାଇଁ ୧୯ ଟି ମଡୁଲର ଧାରଣା ଦିଆ ଯାଇ ଥିଲା,ଯେପରି ଓଡ଼ିଶା ଶିକ୍ଷା ବ୍ୟବସ୍ଥା, ଶ୍ରେଣୀ ଶିକ୍ଷାରେ ଶିକ୍ଷକଙ୍କ ଭୂମିକା, ଜାତୀୟ ଶିକ୍ଷାନୀତି -୨୦୨୦, ଭିଜନ -୨୦୨୧, ପଞ୍ଚସଖା ଶିକ୍ଷା ସେତୁର କାର୍ଯ୍ୟ, କ୍ୟାରିୟର କାଉନସିଲଙ୍ଗ ଆଦି ବିଷୟରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରା ଯାଇଥିଲା । ବିଭିନ୍ନ କ୍ରିୟା କଳାପ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପ୍ରଶିକ୍ଷଣ ନେଇଥିଲେ। ଶେଷ ଦିବସର ଅପରାହ୍ନରେ ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ସଭାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ନାୟକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଉପସ୍ଥିତି ରହିଥିଲେ। ପ୍ରଶିକ୍ଷକ ଭାବେ ମନୋରଞ୍ଜନ ବିଶ୍ଵାଳ,ରବୀନ୍ଦ୍ର କୁମାର ପତି, ଚିନ୍ମୟ କୁମାର ଧଳ,ଭଞ୍ଜନ କୁମାର ବିଶ୍ବାଳ, ରୋଜାଲିନ ଆଇଚ୍ ଦାୟିତ୍ଵ ନିର୍ବାହ କରିଥିଲେ। ପେଡାଗୋଜି ସଂଯୋଜକଙ୍କ ସହଯୋଗୀ ପ୍ରିୟମ୍ବଦା ବିଶ୍ଵାଳ ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନା କରି ଥିଲେ।

Leave a Reply

Your email address will not be published. Required fields are marked *