ନୋଭା ଫ୍ଲିପ୍ ର ନୂଆ ସିରିଜ୍ ର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଏଆଇ ପ୍ଲସ୍(ଏଆଇ+)ର ବଜାର ପ୍ରବେଶ କରିବ

-ଫ୍ଲାଗସିପ୍ ନୋଭା ସିରିଜର ପ୍ରଥମ ଡିଭାଇସ୍ ଭାବରେ ନୋଭା ଫ୍ଲିପ୍ ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ର ଶୁଭାରମ୍ଭ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୭/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରିମିୟମ୍ ଫ୍ଲିପ୍ ସ୍ମାର୍ଟଫୋନ୍ ବଜାରରେ ୪୦,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ନୋଭା ଫ୍ଲିପ୍ ଏହାର ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯିବା ସମ୍ପର୍କରେ ଘୋଷଣା କରିଛି । ଗ୍ରାହକଙ୍କ ପାଖରେ ଉଚ୍ଚ-ଗୁଣବତା ପ୍ରଯୁକ୍ତିବିଦ୍ୟାକୁ ସହଜରେ ପହଂଚାଇବା ପାଇଁ କମ୍ପାନୀ ଏଭଳି ପ୍ରୟାସ ଆରମ୍ଭ କରିଛି । ଆସନ୍ତା ୨୦୨୬ ବର୍ଷର ପ୍ରଥମ ତ୍ରୟମାସରେ ଫ୍ଲାଗସିପ୍ ନୋଭା ସିରିଜ୍ର ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯିବ । ଏହି ସ୍ମାର୍ଟଫୋନ୍ର ଗ୍ରାହକଙ୍କୁ ସହଜରେ ଉପଲବ୍ଧ ହେବ । ଏଥିରେ ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ।

ନୋଭା ୫ ଜି ଜୁଲାଇ ୨୦୨୫ରେ ବଜାର ପ୍ରବେଶ କରିଥିଲା । ଏହାର  ସଫଳତାକୁ ଦୃଷ୍ଟିରେ ରଖି ନୋଭା ସିରିଜ୍ର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଏଆଇ ପ୍ଲସ୍(ଏଆଇ+) ବଜାର ପ୍ରବେଶ କରିଛି । ନୋଭା ସିରିଜ୍ରେ ଉନ୍ନତ ବୈଶିଷ୍ଟ୍ୟଯୁକ୍ତ ନୋଭା ପ୍ରୋ, ନୋଭା ଅଲ୍ଟ୍ରା, ନୋଭା ଫ୍ଲିପ୍ ଏବଂ ଫୋଲ୍ଡ ଭ୍ୟାରିଆଂଟ୍ ସ୍ମାର୍ଟଫୋନ୍ ରହିଛି । ଏସବୁ ସ୍ମାର୍ଟଫୋନ୍ ଉକ୍ରୃଷ୍ଟ କାର୍ଯ୍ୟଦକ୍ଷତା ତଥା ଅନନ୍ୟ ବୈଶିଷ୍ଟ୍ୟଯୁକ୍ତ ଥିବାବେଳେ ଏସବୁ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ସ୍ମାର୍ଟଫୋନ୍ ଶିଳ୍ପରେ ଏସବୁ ମଡେଲ ନୂତନ ମାନଦଣ୍ଡ ସୃଷ୍ଟି କରିବାର ଆଶା ରହିଛି ।

ନୋଭା ଫ୍ଲିପ୍ ଏନଏକ୍ସଟିକ୍ୱାଂଟମ୍ ଅପରେଟିଂ ସିଷ୍ଟମ(ଓଏସ) ଦ୍ୱାରା ପରିଚାଳିତ ହେଉଥିବାବେଳେ ଏଥିରେ ପାରମ୍ପରିକ ସ୍ମାର୍ଟଫୋନ୍ ପରି  ଫ୍ଲିପ୍ ଫର୍ମ ଫ୍ୟାକ୍ଟରକୁ ହାର୍ଡୱେର୍ ନୂତନତ୍ୱ ଭାବରେ ବ୍ୟବହାର କରାଯାଇଛି । ।ଏହା ଫୋଲ୍ଡ ଏବଂ ଖୋଲା ଅବସ୍ଥାରେ ଅନନ୍ୟ ଭାବେ କାର୍ଯ୍ୟ କରିବା ଲାଗି ଡିଜାଇନ୍ କରାଯାଇଛି । ଫୋନ୍ ବନ୍ଦ ହେବା ସମୟରେ କୁଇକ୍ ଚେକ୍ ଏବଂ ଗ୍ଲାନ୍ସେବୁଲ୍ ଇନଫରମେଶନ ପାଇଁ କୋର୍ ଇଂଟ୍ରାକ୍ସନଗୁଡ଼ିକୁ ଅପ୍ଟିମାଇଜ୍ କରାଯାଇଛି । ଅପରପକ୍ଷରେ ଫୋନ୍ ଖୋଲା ସମୟରେ ସମ୍ପୂର୍ଣ୍ଣ ସ୍ମାର୍ଟଫୋନ୍ର ଅଭିଜ୍ଞତା ପ୍ରଦାନ କରିଥାଏ । ଏନଏକ୍ସଟିକ୍ୱାଂଟମ ଓଏସର ପ୍ରାଇଭେସି ଫାଷ୍ଟ ଆର୍କିଟେକଚର ଅନ୍ତର୍ଗତ    ଜିରୋ ପ୍ରି-ଲୋଡେଡ୍ ବ୍ଲୋଟୱେର୍, କୌଣସି ଇନଭାସିଭ୍ ଟା୍ରକର ତଥା ବ୍ୟକ୍ତିଗତ ଡାଟା ଉପରେ ନିୟନ୍ତ୍ରଣ ସୁନିଶ୍ଚିତ କରିଥାଏ । ଏହା ସ୍ୱଳ୍ପକାଳୀନ ଏନଗେଜମେଂଟ ରଣନୀତି ଅପେକ୍ଷା ଦୀର୍ଘକାଳୀନ ବିଶ୍ୱାସକୁ ପ୍ରାଥମିକତା ପ୍ରଦାନ କରିଥାଏ ।

ଏହି ଅବସରରେ ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ର ସିଇଓ ତଥା ଏନଏକ୍ସଟିକ୍ୱାଂଟମ୍ ଶିଫ୍ଟ ଟେକ୍ନୋଲୋଜିର ପ୍ରତିଷ୍ଠାତା ମାଧବ ସେଠ୍ କହିଲେ,ଫ୍ଲିପ୍ ସ୍ମାର୍ଟଫୋନଗୁଡ଼ିକ ଲୋକମାନେ ହରାଇଥିବା କମ୍ପାକ୍ଟନେସ୍, ଫିଜିକାଲ ଇଟ୍ରାକଶନ ଏବଂ ନିୟନ୍ତ୍ରଣର  ଭାବନା ଆଦି ଜିନିଷଗୁଡ଼ିକୁ ଫେରାଇ ଆଣିବାକୁ ସକ୍ଷମ ।

ଲୋକମାନେ ଏପରି ଡିଭାଇସ୍ ଆବଶ୍ୟକ କରିଥାନ୍ତି ଯାହା ନେବା ଆଣିବା ସହଜ, ସୁବିଧାରେ ରଖାଯାଇ ପରିବ ଏବଂ ସେସବୁ ପ୍ରତି କମ ଧ୍ୟାନ ଦିଆଯାଇ ପାରିବ ।

ନୋଭାଫ୍ଲିପ୍ ଗ୍ରାହକଙ୍କୁ ଏକ ଆଧୁନିକ ସ୍ମାର୍ଟଫୋନ୍ ପ୍ରଦାନ କରି ଆବଶ୍ୟକ ସମସ୍ତ ବୈଶିଷ୍ଟ୍ୟ ସହିତ ସେସବୁ ପରିଚିତତାକୁ ମିଶ୍ରଣ କରିଛି । ଏହି  ଫ୍ଲିପ୍ ଫୋନ୍ ସାମ୍ପ୍ରତିକ ଜୀବନଶୈଳୀ ସହିତ ଖାପଖୁଆଇବାକୁ ସକ୍ଷମ ହୋଇ ପାରିବ ।

ନୋଭା ଫ୍ଲିପ୍ ପକ୍ଷରୁ ବଜାର ପ୍ରବେଶ କରାଯାଇଥିବା ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ ୫-ଜି ରୋଡମ୍ୟାପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପ୍ରତିନିଧିତ୍ୱ କରୁଛି । ଯାହା ପକେଟକୁ ସୁହାଈବା ନିଶ୍ଚିତ କରିବା ସହିତ ପ୍ରିମିୟମ୍ ବଜାରର ଆବଶ୍ୟକତା ପୂରଣ କରିବା ପାଇଁ  ସ୍ମାର୍ଟଫୋନ୍ ପୋର୍ଟଫୋଲିଓକୁ ବହୁବିଧ କରି ନିଜର ବ୍ରାଣ୍ଡ ପ୍ରତିବଦ୍ଧତାକୁ ଦୋହରାଇଛି ।

ଏଆଇ ପ୍ଲସ୍(ଏଆଇ+) ସ୍ମାର୍ଟଫୋନ୍ର ଫ୍ଲାଗଶିପ୍ ନୋଭା ସିରିଜ୍ର ନୋଭା ଫ୍ଲିପ୍ର ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ, ଉପଲବ୍ଧ ତଥା ବଜାର ପ୍ରବେଶ ସମ୍ପର୍କରେ ପ୍ରଥମ ତ୍ରୟମାସରେ ପ୍ରକାଶିତ ହେବ ।

Leave a Reply

Your email address will not be published. Required fields are marked *