ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା ସମିତି

କେନ୍ଦ୍ରାପଡ଼ା,୨୦/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ନବ ନିର୍ବାଚିତ ପରିଚାଳନା କମିଟି କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ ହୋଇଯାଇଛି ।

ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଭାପତି ଲିଙ୍ଗରାଜ ଜେନା, ଉପସଭାପତି ନିର୍ମଳା ମଲ୍ଲଙ୍କ ସମେତ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସମେତ ପୂର୍ବତନ ସଭାପତି ଶାରଦା ପ୍ରସନ୍ନ ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ବିଦ୍ୟାଳୟର ପଂଚଶଖା ଶିକ୍ଷାସେତୁ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *