ନୀଳାଚଳ ସାରସ୍ୱତ ସଂଘ ପାଟକୁରା ଶାଖା ସଭାପତି କଳ୍ପତରୁ ପରିଡ଼ାଙ୍କ ପରଲୋକ

ପାଟକୁରା,୧୨/୭/୨୫(ଓଡ଼ିଶା ସମାଚାର)- ପାଟକୁରା ଥାନା ଆଖୁଆ ଗ୍ରାମର ବରିଷ୍ଠ ନାଗରିକ କଳ୍ପତରୁ ପରିଡ଼ାଙ୍କ ୮୦ ବର୍ଷ ବୟସରେ ଗତକାଲି ଶୁକ୍ରବାର ରାତି ୯ ଟାରେ ଦେହାବସାନ ଘଟିଛି । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନୀଳାଚଳ ସାରସ୍ୱତ ସଂଘ ପୁରୀ ଅନ୍ତର୍ଗତ ପାଟକୁରା ଶାଖା ସଂଘ ର ସେ ଦୀର୍ଘ ୩୦ ବର୍ଷ ଧରି ସଭାପତି ଦାୟିତ୍ୱରେ ରହି ସେବା କରି ଆସୁଥିଲେ ।

ସେ ଜଗତଗୁରୁ ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ଜୟଗୁରୁ ଦୀକ୍ଷିତ ଥିଲେ । ସମସ୍ତ ଶାଖା ସଂଘକୁ ସାଥିରେ ନେଇ ଆଖୁଆ ରେ ଠାକୁରଙ୍କ ର ରାଜ୍ୟ ସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିଲେ । ଏହା ବ୍ୟତିତ ଆଖୁଆ ହାଇସ୍କୁଲ ର କିରାଣୀ ଭାବେ ୪୦ ବର୍ଷ ଧରି ନିଜ ବୃତିଗତ ଜୀବନ ବିତାଇ ଥିଲେ ସୁଦ୍ଧା ଆଧ୍ୟାତ୍ମିକ ଉପାସନା କୁ ଜୀବନର ଶେଷ ପର୍ଯ୍ୟନ୍ତ ପାଥେୟ କରିଥିଲେ । ଆଖୁଆ ଓଡ଼ଙ୍ଗ ଦୂର୍ଗାପୂଜା କମିଟି ର ୩୦ ବର୍ଷ କାଳ ସମ୍ପାଦକ ଓ ମୁଖ୍ୟ ପୁରୋଧା କର୍ତା ହେଉଥିଲେ । ଜଣେ ଅମାୟିକ , ସ୍ନେହୀ, ମେଳାପି, ସମାଜସେବୀ ବିଶେଷକରି ଜଣେ ଆଧ୍ୟାତ୍ମିକ ସଂଗଠକ ଭାବେ ତାଙ୍କର ସୁଖ୍ୟାତି ଥିଲା ।

ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଜ୍ୟୋତିରଂଜନ ପରିଡ଼ା, ବୋହୁ ମୋନାଲିସା , ଗୁରୁଭାଇ ବୈରାଗୀ ଚରଣ ପରିଡ଼ା, ରମେଶ ଚନ୍ଦ୍ର ସୂତାର,ସରୋଜକାନ୍ତ ପରିଡ଼ା,ଜୟନ୍ତ ସ୍ୱାଇଁ,ଅଖିଳ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଗୁରୁଭାଇ ଭଉଣି , ଆତ୍ମିୟ ସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ପରିଡା, ଶିକ୍ଷାବିତ ରମେଶ ଚନ୍ଦ୍ର ସୁତାର,ପୂର୍ବତନ ବ୍ଳକ ଅଧ୍ୟକ୍ଷ ନବଘନ ନାୟକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଞ୍ଜୟ ଲେଙ୍କା,ପୂର୍ବତନ ସରପଞ୍ଚ ବିଭୁତି ଭୂଷଣ ପରିଡା ଙ୍କ ସମେତ ଅଗଣିତ ଗୁରୁଭାଇ , ମାନ୍ୟ ଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *