ନିଶ୍ଚିନ୍ତକୋଇଲି, ୧୦ /୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ମାନବ ସମାଜ କୁ ସତମାର୍ଗ ରେ ପରିଚାଳିତ କରିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବଧାରା ସୃଷ୍ଟି କରିବା ଏକାନ୍ତ ଅପରିହାର୍ୟ୍ୟ ଜ୍ଝ ଏହାକୁ ଦୃଷ୍ଟିରେ ରଖି ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ବିଗତ ୬ ବର୍ଷ ହେବ ସ୍ଥାପିତ ହୋଇଛି ଭାଗବତ ଟୁଙ୍ଗି ।

ଏହି ଭାଗବତ ଟୁଙ୍ଗିକୁ ଦାମୋଦରପୁର, ଜନର୍ଦନ ପୁର, ଖଣ୍ଡଗିରି ଆଦି ଗ୍ରାମର ଭଗବତପ୍ରେମୀ ଶ୍ରଦ୍ଧାଳୁ ମାନେ ପ୍ରତ୍ୟହ ସନ୍ଧ୍ୟାରେ ଭାଗବତ ପଠନ ଓ ଶ୍ରବଣ କରି ବିଭୁ କୃପା ଲାଭ କରିଥାନ୍ତି । ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଭାଗବତ ଟୁଙ୍ଗି ସ୍ଥାପନ ର ଷଷ୍ଠ ବାର୍ଷିକ ଉତ୍ସବପାଳନ କରାଯାଉଛି । ଏହି ଉପଲକ୍ଷେ ବିଧିବଦ୍ଧ ପୂଜାର୍ଚନା ପରେ ଭାଗବତ ଚର୍ଚ୍ଚା, ଭଜନ ସଂକୀର୍ତନ ଅନୁଷ୍ଠିତ ହୋଇଛି ।
ଶ୍ରୀ ଗଣେଶ କଳା ସଂସ୍କୃତି ଏକାଡେ଼ମି ପକ୍ଷରୁ କ୍ଷୀରୋଦ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ ଭଜନ ଅନୁଷ୍ଠିତ ହୋଇଛି । ଏଥି ସହିତ ପାଲା ପରିବେଷଣ କରାଯାଇଛି । ଅରକ୍ଷିତ ସାହୁ ଓ ତପନ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ନିକଟସ୍ଥ ଗ୍ରାମର ବହୁ ଭାଗବତ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।
