କଟକ,୧୪/୧୧/୨୦୨୬( ଓଡିଶା ସମାଚାର /ଅଭୟ ଜେନା ): ବର୍ତମାନ ତେଶରେ ମଧୁମେହ ରୋଗ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଅଟେ । ବାରମ୍ବାର ପରିଶ୍ରା ହେବା, ଶୋଷ ଲାଗିବା, ଭୋକ ଲାଗିବା, ଦୁର୍ବଳତା ଅନୁଭବ କରିବ। ଆଦି ଏହି ରୋଗର ପ୍ରଥମିକ ଲକ୍ଷଣ ଅଟେ ବୋଲି ବିଶ୍ବ ମଧୁମେହ ଦିବସ ଉପଲକ୍ଷେ କଟକ ରେ ଆୟୋଜିତ ଏକ ଆଲୋଚନା ସଭାରେ ପ୍ରଫେସର ଡାକ୍ତର ଆଦିତ୍ୟ ବିକ୍ରମ ମିଶ୍ର ସୂଚନା ଦେଇଛନ୍ତି । ଦିବ୍ୟ ଆଦିତ୍ୟ କେୟାର ପକ୍ଷରୁ ହୋଟେଲ ଆକବରୀ ପରିସରରେ ଆୟୋଜିତ ସମାବେଶ ରେ ଯୋଗ ଦେଇ ଶ୍ରୀ ମିଶ୍ର କହିଲେ ଯେ ଭାରତରେ ୧୧.୪ ପ୍ରତିଶତ ଲୋକ ମଧୁମେହ ରୋଗରେ ପିଡିତ ହୋଇଥିବାବେଳେ ୧୫ ପ୍ରତିଶତ ଲୋକେ ପି ଡାଇବେଟିକ୍ ଦ୍ଵାରା ଆକ୍ରାନ୍ତ ।
ପରିବେଶରେ ବହୁଳ ପରିବର୍ତନ ଓ ଜୀବନ ଶୈଳୀରେ ପରିବର୍ତନ ମଧୁମେହ ରୋଗର ପ୍ରମୁଖ କାରଣ ଅଟେ । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ଲୋକ ମଧୁମେହରେ ପିଡିତ ହେଉଛନ୍ତି । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ଠିକ୍ ସମୟରେ ଔଷଧ ସେବନ ଆଦି କଲେ ମଧୁମେହରୁ ଉପଶମ ମିଳିଥାଏ । ତେବେ ମଧୁମେହ ରୋଗର ଠିକ ସମୟରେ ଉପଚାର ନ କଲେ କ୍ରମଶଃ ଏହା ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଯଥା ଚକ୍ଷୁ ଚର୍ମ, ବୃକକ ଆଦି ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଚଳିତ ବର୍ଷର ସ୍ଲୋଗାନ ହେଉଛି “ସମୟ ଥାଉ ଥାଉ ପ୍ରତିକାର ଜୀବନ ବଂଚାଇବାର ଏକ ପ୍ରଧାନ ଉପାୟ” ।
ଏଣୁ ମଧୁମେହରୁ ଉପଶମ ପାଇବ। ନିମନ୍ତେ ସଠିକ ଖାଦ୍ୟ ଖାଇବା, ଜଙ୍କ ଫୁଡ ରୁ ଦୂରେଇ ରହିବା ,ସମୟକୁ ସମୟ ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରୀକ୍ଷା କରାଇବ। ଜରୁରୀ ଅଟେ । ଏଣୁ ମଧୁମେହକୁ ପ୍ରତିହତ କରିବାରେ ଏ ଦିଗରେ ବ୍ୟାପକ ଜନସଚେତନାର ଆବଶ୍ୟକତା ରହିଛି ବୋଲି ପ୍ରଫେର ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ ସୁମିତ୍ରା ମହାପାତ୍ର, ଆଠଗଡ ଏନଏସିର ଅଧ୍ୟକ୍ଷ। ସସ୍ମିତ। ରାଉତ ପ୍ରମୁଖ ଯୋଗ ଦେଇ ମଧୁମେହ ରୋଗ କିପରି ଧୀରେ ଧୀରେ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ ସେ ସମ୍ପର୍କରେ ସୂଚନା ଦେଇଥିଲେ ।
