ପରମହଂସ ଠାରେ ତିନୋଟି ପଞ୍ଚାୟତର ୨୯୨ ଜଣଙ୍କୁ ନୂଆ ଭତ୍ତା ବଣ୍ଟନ କଲେ ବିଧାୟକ

କଟକ ସଦର,୧୪/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ର ତିନୋଟି ପରମହଂସ,ନିମେଇଶାପୁର ଓ ଗତିରାଉତ ପାଟଣା ର ୨୯୨ ଜଣ ନୂଆ ହିତାଧିକାରୀ ଙ୍କୁ ଆଜି ଶନିବାର ଦିନ ପରମହଂସ ଠାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ବଣ୍ଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ, ହୃଷିକେଶ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳିକ, ଯୁବ ସମାଜସେବୀ ଅମିତାଭ ବିଶ୍ୱାଳ,କଟକ ଜିଲ୍ଲା ବିଜେପି ଦଳିତ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ଭୋଇ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ, ରାଧାମୋହନ ମହଲା,ସେକ୍ ସାହାଜାହାନ, ଜୟନ୍ତ ଦାସ, ସୁକଦେବ ବେହେରାଙ୍କ ସହିତ କନ୍ଦରପୁର ପଞ୍ଚାୟତ ନିର୍ଵବାହୀ ଅଧିକାରୀ ଦିଲିପ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *