ଦୁଇ ଦିନିଆ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଅଭିବୃଦ୍ଧି ଜିଲାର ଚଷୀଙ୍କ ସମୃଦ୍ଧି : ବାଚଷ୍ପତି ଶ୍ରୀମତୀ ମଲିକ
ଯାଜପୁର,୧୭/୧୧/୨୦୨୩ (ଓଡ଼ିଶା ସମାଚାର)-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଜିଲାରେ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦରେ ରୁଚି ରଖିଥିବା ଜନ ସାଧାରଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ତଥା ପ୍ରାଣୀ ସମ୍ପଦ ସମ୍ୱନ୍ଧୀୟ ସମସ୍ତ ପ୍ରକାର ଯୋଜନାର ବ୍ୟାପକ ସଚେତନତା କରିବା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀ ମାନଙ୍କୁ ଏହାର ଅଭିବୃଦ୍ଧି ନିମନ୍ତେ ଜ୍ଞାନ କୌଶଳ ଓ ଶିକ୍ଷା ପ୍ରଦାନ କରିବାରେ ବହୁଳ ମାତ୍ରାରେ ପଂଳପ୍ରଦ ହେବ ବୋଲି ଆଜି ପୂର୍ବାହ୍ନରେ କୁସୁମା ସମ୍ମୁଖ ପଡିଆ ଠାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଦୁଇ ଦିନିଆ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରି ମାନ୍ୟବର ଓଡିଶା ବିଧାନ ସଭତ୍ର ବାଚଷ୍ପତି ଶ୍ରୀମତୀ ପ୍ରମିଳା ମଲିକ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ମୁଖ୍ୟ ଅତିଥି ଶ୍ରୀମତୀ ମଲିକ କହିଲେ ଯେ, ଆମର ପୁରୁଣା ସଂସ୍କୃତି ଗୋ ମାତା ପୂଜନକୁ ନେଇ ପ୍ରାଣୀକୁ ଆଦର କରିବା, କୃଷି ଆନୁସଙ୍ଗିକ ଗୋ ପାଳନ, ମତ୍ସ୍ୟ ଚାଷ, କୁକୁଡା ଚାଷ, ବତକ ଆଦି ଚାଷକୁ ଆଦରି ପାରିଲେ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାନ୍ତରିକରଣ ହେବା ସହ ଆମର ଅର୍ଥନୈତିକ ମେରୁଦଣ୍ଡ ସୁଦୃଢ ହୋଇ ଆମ ପିଲା ମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେବ ବୋଲି ଦୃଢୋକ୍ତି ପ୍ରଦାନ କରି ତୃଣମୂଳ ସ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ଯୋଜନାକୁ ବ୍ୟାପକ ପ୍ରଚାର, ପ୍ରସାର କରାଯାଇପାରିଲେ ଆମ ରାଜ୍ୟ ମତ୍ସ୍ୟ ଭଳି ସମ୍ପଦକୁ ବାହାର ରାଜ୍ୟକୁ ରପ୍ତାନୀ କରିବା ସହ ବିଂଝାରପୁର ଗୋ ସମ୍ପଦର ଜାତୀୟ ମାନ୍ୟତା ଅଧିକ ଚାହିଦା ବୃଦ୍ଧି କରିବ ବୋଲି ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟିକା, ବରୀ ଶ୍ରୀମତୀ ସୁନନ୍ଦା ଦାସ ଯୋଗଦେଇ କହିଲେ ଯେ, କୁକୁଡା ଚାଷ ଓ ମାଛ ଚାଷରେ ଶତକଡା ୪୦ ଭାଗ ସବସିଡି ଆକାରରେ ସରକାର ଉପଯୁକ୍ତ ଚାଷୀଙ୍କୁ ଋଣ ଯୋଗାଇ ଦେଉଛନ୍ତି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ହିତାଧିକାରୀ ମାନଙ୍କୁ ଶତକଡା ୫୦ ଭାଗ ରିହାତିରେ କୁକୁଡା ଚିଆଁ, ବତକ ଚିଆଁ ଯୋଗାଇ ଦେଉଛନ୍ତି । ସ୍ୱୟଂସହାୟିକା ଗୋଷ୍ଠୀ ମା ମାନେ ମଧ୍ୟ କୁକୁଡା, ବତକ ଏବଂ ମତ୍ସ୍ୟ ଚାଷ କରି ଭଲ ଲାଭବାନ ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଗୋ ସମ୍ପଦକୁ ଶ୍ରେଷ୍ଠ ସମ୍ପଦ ଭାବେ ପରିଚୟ କରାଇ ବିଭିନ୍ନ ଯୋଜନା ମାଧ୍ୟମରେ ତଥା ଗୋରୁ, ଛେଳି, ମେଂଢା, ବତକ, କୁକୁଡା ଆଦି ଚାଷକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ୱି କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବକ୍ତବ୍ୟ ରଖିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ଯୋଗଦେଇ କହିଲେ ଯେ, ଜିଲ୍ା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଜିଲାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପେଶା ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବା ସହ ମେଳାରେ ୧୪୦୦ ଚାଷୀ ଜ୍ଞାନ କୌଶଳ ସମ୍ୱନ୍ଧରେ ଅବଗତ ହେବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଜିଲା ପ୍ରଶାସନର ଏଭଳି ଉଦ୍ୟମ ଅତି ପ୍ରଶଂସନୀୟ ବୋଲି କହିଥିଲେ ।
ସେହିପରି ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ, କୋରେଇ ଶ୍ରୀ ଅଶୋକ କୁମାର ବଳ ଯୋଗଦେଇ ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଜିଲା ତଥା ରାଜ୍ୟର ଲୋକ ମାନଙ୍କର ଜୀବନ ଜୀବିକା ଉତ୍ଥାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଦୂର ପ୍ରସାରି ଯୋଜନା ଅତି ଉଚ୍ଚକୋଟୀର ଅଭିନବ ଯୋଜନା ବୋଲି କହିଥିଲେ ।
ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିବାସ କର ମେଳାର ଉଦ୍ଧେଶ୍ୟ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା, ଯୁଗ୍ମ ସଚିବ ଶ୍ରୀ ଭବାନୀ ଶଙ୍କର ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାଉତ ମଂଚାସୀନ ଥିଲେ । ଆଜିର ମେଳା ଉଦ୍ଘାଟନୀ ଉତ୍ସବରେ ସଫଳ ମତ୍ସ୍ୟ ଚାଷୀ ବିଜୟଲକ୍ଷ୍ମୀ ପଣ୍ଡା, ସଫଳ ମତ୍ସ୍ୟ ଚାଷ ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମଙ୍ଗଳା, ସଫଳ କୁକୁଡା ଚାଷୀ ତିଳୋତମା କର ଏବଂ ସଫଳ ଗୋ ପାଳନ ଚାଷ ବାବା ମଲିକେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନଗଦ ୫୦୦୦/- ଅର୍ଥ ରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରି ପ୍ରତ୍ୟେକଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସେହିପରି ବିଭାଗ ତରପଂରୁ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲିକ ସମସ୍ତ ବ୍ଲକର ଭି.ଏସ., ବୁଦ୍ଧିଜିବୀ, ଚାଷୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *