ଗୁରୁ ପୂର୍ଣ୍ଣିମା ରେ ଆତ୍ମପ୍ରକାଶ ଲାଭ କଲା ‘କଟକ ସଦର ପୂଜ୍ୟପୂଜା କମିଟି’

କଟକ ସଦର,୧୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ କୋଚିଲେଇ ଠାରେ ଥିବା ସଦଗୁରୁ ସାଇନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ଗୁରୁବାର ଗୁରୁପୂର୍ଣ୍ଣିମା ରେ ଆତ୍ମପ୍ରକାଶ ଲାଭ କଲା ‘କଟକ ସଦର ପୂଜ୍ୟପୂଜା କମିଟି’।

ଏଥିରେ ଦଳମତ ନିର୍ବିଶେଷରେ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ କମିଟିରେ ସ୍ଥାନ ଦିଆଯାଇଥିବା ବେଳେ ସଭାପତି ଭାବେ ପ୍ରଫୁଲ୍ଲ ସିଂହ, କାର୍ଯ୍ୟକାରୀ ସଭାପତି ହୃଷିକେଶ ଜେନା, ରାମଚନ୍ଦ୍ର ଗୋଛୟତ, ସୁମନ୍ତ ପଣ୍ଡା,ବିଳାସ ମଲ୍ଲିକ, ସାଧାରଣ ସଂପାଦକ ଅଶୋକ ପାତ୍ର, ସୁବୋଧ ବେହେରା,ନିର୍ମଳ ଦାସ,ସମର ବେହେରା, ସଂଗଠନ ସଂପାଦକ ଅକ୍ଷୟ ଜେନା, ଅନିରୁଦ୍ଧ ରାଉଳ, ପ୍ରଦୀପ୍ତ ମହାଳି, ଚିତ୍ତରଞ୍ଜନ ମହାପାତ୍ର, ରଜନୀକାନ୍ତ ସାହୁ, ତ୍ରିଲୋଚନ ସ୍ବାଇଁ, ନିହାର ନନ୍ଦ, ସୀତାକାନ୍ତ ପଣ୍ଡା ଙ୍କୁ ମନୋନୀତ କରାଯାଇଛି।

ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସୁଶାନ୍ତ କୁମାର ଜେନା ଓ ସୁକାନ୍ତ କୁମାର ବେଉରା ଙ୍କୁ କମିଟି ରଖାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *