ଧାମରା ପୋର୍ଟ ପରିସରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ଧାମରା,୦୯/୦୧/୨୦୨୪ (ଓଡ଼ିଶା ସମାଚାର)- ଧାମରା ପୋର୍ଟରେ ଜାନୁୟାରୀ ୪ ତାରିଖରୁ ୩୫ତମ ସଡକ ସୁରକ୍ଷା ସପ୍ତାହ ପାଳିତହୋଇଯାଇଛି । ଡ୍ରାଇଭରମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ଦାୟିତ୍ୱୂର୍ଣ୍ଣ ଭାବେ ଗାଡ଼ି ଚାଳନା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଧେଶ୍ୟ । ଏହି କ୍ରମରେ ଡ୍ରାଇଭରଙ୍କ ନିମନ୍ତେ ସଡକ ସୁରକ୍ଷା ସମ୍ବନ୍ଧୀୟ ତାଲିମ ଅନୁଷ୍ଠିତ ହୋଇଥିଲା । ସଡକ ଦୁର୍ଘଟଣାକୁ ଦୂର କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ପାଇଁ ବ୍ୟକ୍ତିବିଶେଷ,  ସମ୍ପ୍ର୍ରଦାୟ ଏବଂ ସଂଗଠନଗୁଡ଼ିକୁ ଉତ୍ସାହିତ କରି ଜୀବନ ରକ୍ଷା କରିବାକୁ ଏହି  ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଆଂଚଳିକ ପରିବହନ ଡେପୁଟି କମିଶନର ଏବଂ ଅତିରିକ୍ତ ଆରଟିଓ ଅଧିକାରୀ ଏହି  ତାଲିମ ଶିବିରରେ ଉପସ୍ଥିତ ରହି ଡ୍ରାଇଭରଙ୍କୁ ସଡକ ସୁରକ୍ଷା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି  କାର୍ଯ୍ୟକ୍ରମରେ ଧାମରା ପୋର୍ଟର ସୁରକ୍ଷା ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଡ୍ରାଇଭରମାନେ  ସୁରକ୍ଷିତ ଗାଡ଼ିଚାଳନା କରିବା ଏବଂ  ସଡକ ସୁରକ୍ଷା ସମ୍ବନ୍ଧିତ ସମସ୍ତ ନିୟମ ମାନିବା ପାଇଁ ଶପଥ ଗ୍ରହଣ କରିଥିଲେ ।

ଏତଦ ବ୍ୟତୀତ ଆଦାନି ଡିଏଭି ସ୍କୁଲ ପରିସରରେ ମଧ୍ୟ ସଡକ ସୁରକ୍ଷା ସପ୍ତାହ  ପାଳନ କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *