୪୨ନଂ ୱାର୍ଡରେ ୭୧ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

କଟକ,୦୯/୦୧/୨୦୨୪ (ଓଡ଼ିଶା ସମାଚାର)-କଟକ ମହାନଗର ନିଗମ ପକ୍ଷରୁ ୪୨ନଂ ୱାର୍ଡ ସ୍ଥିତ ଚାଉଳିଆଗଞ୍ଜ କମ୍ୟୁନିଟି ସେଂଟର ଠାରୁ ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ୭୧ଲକ୍ଷ ଟଙ୍କା ୩୯ ହଜାର ୪୩୪ ଟଙ୍କା ବ୍ୟୟ ଅଟକଳରେ ଢଳେଇ ଡ୍ରେନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସ୍ଥାନୀୟ କର୍ପୋରେଟର ମୀନା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ନିର୍ବାଚନରେ ୱାର୍ଡବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁଁ ପାଳନ କରୁଛି ଏବଂ ଆଗାମୀ ଦିନରେ ବାକି ରହିଯାଇଥିବା କାର୍ଯ୍ୟକୁ ମୁଁ ନିଶ୍ଚୟ ପୂରଣ କରିବି ବୋଲି କର୍ପୋରେଟର ମୀନା ସାହୁ କହିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଚାଉଳିଆଗଞ୍ଜ ପୂଜାକମିଟି ସମ୍ପାଦକ ନିରଞ୍ଜନ ସାହୁ(ଶିବ), ନଗର କମିଟି ସମ୍ପାଦକ ପ୍ରଦୀପ ସାହୁ, ଅକ୍ଷୟ କୁମାର ସାହୁ, ଭିକାରୀ ସାହୁ, ବଂଶୀଧର ସାହୁ, ରଞ୍ଜନ ସାହୁ, ସୁକାନ୍ତ ସାହାଣୀ, ପବିତ୍ର କୁମାର ପାତ୍ର, ଦୀପକ ଦାସ, ଜ୍ଞାନେନ୍ଦ୍ର ସାହୁ, ପ୍ରଦୀପ ବେହେରା, ସୁଜାତା ସ୍ୱାଇଁ, ସ୍ମୃତିରେଖା ବାରିକ, କୁନୀ ପୃଷ୍ଟି, ସତ୍ୟଭାମା ସାହୁଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ମୁରବୀ, ମହିଳା ଓ ଯୁବବର୍ଗର କର୍ମକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *