ବଲାଣୀ ନାବାଳିକା ହତ୍ୟା କାଣ୍ଡ ର ପର୍ଦାଫାଶ

ବଡ଼ବିଲ, ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର)- ବଲାଣି ଥାନା ବାଲାଗୋଡ଼ା ବସ୍ତିର ଲାଲ ଡ୍ୟାମ୍ ନିକଟ ଏକ ବୁଦାରେ ବିବାହିତା ନାବାଳିକାକୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ମୃତ ଦେହ ଉଦ୍ଧାରର ଏକ ସପ୍ତାହ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡ  ଭିଆଇଥିବା ନାବାଳକ ସ୍ଵାମୀକୁ ବଲାଣି ବସ୍ତି, ଓଏମସି ହଟିଂରୁ ଗିରଫ କରିଛି ବଲାଣି  ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ନେଇ ଆଜି ଘଟଣାର ସିନ୍ ରିକ୍ରିଏସନ୍ କରିଛି  ପୋଲିସ୍ । ଅଭିଯୁକ୍ତ କିପରି ହତ୍ୟା କାଣ୍ଡ ଘଟାଇଲା ସେ ନେଇ ଘଟଣା ସ୍ଥଳରେ ପହଞ୍ଚି ସବୁ କିଛି ଦେଖାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ପ୍ରାୟ ଏକମାସ ପୂର୍ବେ ବଲାଣି ଢିପା ସାହିର ବାପ ଛେଉଣ୍ଡ ୧୫ ବର୍ଷୀୟା ନାବାଳିକା ହୀରାମୋତି ସିଂଙ୍କୁ ଙ୍କୁ  ବଲାଣି ବସ୍ତି  ଓଏମସି ହଟିଂର ଜଣେ ୧୬ ବର୍ଷିୟ ନାବାଳକ ମୁଣ୍ଡରେ ସିନ୍ଦୂର ଦେଇ ପ୍ରେମ ବିବାହ କରିଥିଲେ । ତେବେ ନାବାଳିକା ସ୍ତ୍ରୀ ତାଙ୍କ ବାପ ଘରେ ରହିଆସୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ମନ ମାଳିନ୍ୟ ରହିଥିଲା । ଗତ ଡିସେମ୍ବର ୩୧ ତାରିଖରେ ସ୍ତ୍ରୀ ହୀରାମୋତି ଘରେ ନାଚ ଗୀତରେ ମସଗୁଲ ଥିଲାବେଳେ, ରାତି ପ୍ରାୟ ୮ ଟା ରେ ନାବାଳକ ସ୍ଵାମୀ ସ୍ତ୍ରୀକୁ ଫୋନ୍ କରି ଡାକିଥିଲେ । ଏହା ପରେ ଉଭୟ ସେଠାରୁ ବାଲାଗୋଡ଼ା ବସ୍ତି ପାଖ ଲାଲ ଡ୍ୟାମ୍ ନିକଟକୁ ଯାଇଥିଲେ । ଉଭୟ ବିଷ ଖାଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ।  ନାବାଳକ ସ୍ଵାମୀ ସାଥିରେ ନେଇଥିବା ଏକ ବିଷ ବୋତଲ ବାହାରକରି ପ୍ରଥମେ ଅଳ୍ପ କିଛି ବିଷ ପାନ କରିବା ସହିତ ସ୍ତ୍ରୀ ହୀରାମୋତିକୁ ବିଷ ପିଇବାକୁ ଦେଇଥିଲେ । ତେବେ ହୀରାମୋତି ବିଷ ପିଇବାକୁ ମନା କରିଦେବାରୁ ନାବାଳକ ସ୍ଵାମୀ ଉତକ୍ଷିପ୍ତ ହୋଇ ଉଠିଥିଲେ । ପ୍ରଥମେ ସେ ସ୍ତ୍ରୀ ପିନ୍ଧିଥିବା ଶାଢ଼ୀର କାନୀକୁ ଧରି ହୀରାମୋତିଙ୍କ ବେକକୁ ଯୋରରେ ଭିଡ଼ି ଦେଇଥିଲେ । ପରେ ସ୍ତ୍ରୀ ସଂଜ୍ଞାହୀନ  ହୋଇ ତଳେ ପଡ଼ିଯିବାପରେ  ଏକ ବଡ଼ ପଥର ଉପରେ ହୀରାମୋତିଙ୍କ ମୁଣ୍ଡକୁ ରଖି ଅନ୍ୟ ଏକ ପଥରରେ ନିର୍ମମ ଭାବରେ ଛେଚିଛେଚି ମାରି ଦେଇଥିଲେ ଏବଂ ଅଳ୍ପ ଦୂରରେ ଥିବା ବୁଦା ଭିତରକୁ ନେଇ ମୃତଦେହ ଫୋପାଡି ଦେଇଥିଲେ । ତେବେ ସେ ପିଇଥିବା ବିଷର ପ୍ରଭାବ କମ୍ ଥିବାରୁ ତାଙ୍କର କିଛି ବି ହୋଇ ନଥିଲା । ୨ ଦିନ ପରେ ନାବାଳିକାଙ୍କ କ୍ଷତାକ୍ତ ଗଳିତ ମୃତ ଦେହ ପୋଲିସ୍ ଉଦ୍ଧାର କରିଥିଲା ।  ଘଟଣା ସ୍ଥଳରୁ ମିଳିଥିବା ଚପଲ, ମୋବାଇଲ ଫୋନ୍ କୁ ଜବତ୍ କରି ତଦନ୍ତ କରିବାପରେ ଘଟଣାର ଖୁଲାସା ହୋଇଛି ।  ତେବେ ଘଟଣା ସମ୍ପର୍କରେ ବଲାଣି ପୋଲିସ୍ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

Leave a Reply

Your email address will not be published. Required fields are marked *