ସାର୍ବଜନୀନ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍ ବି ଏସ ରାଜପୁତ ଙ୍କ  ଜଗତସିଂହପୁର ଜିଲ୍ଲା ଗସ୍ତ ଓ ଜିଲ୍ଲା ର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

 ଜଗତସିଂହପୁର, ୩୦/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି  ସାର୍ବଜନୀନ ଉଦ୍ୟୋଗ  ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବି ଏସ ରାଜପୁତ, ଭା ପ୍ର ସେ  ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଅପରାହ୍ନରେ  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ‘କୌଣସି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟେକ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ପ୍ରଥମେ ଜିଲ୍ଲା ରେ ସ୍ବାସ୍ଥ୍ୟ ବିଭାଗ ର କାର୍ଯ୍ୟକାରିତା ସହ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଓ ବାୟୋବନ୍ଦନା କାର୍ଡ ର ବଣ୍ଟନ ବିଷୟ ରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ସେବା ର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ।

ଏହାପରେ ଅଙ୍ଗନୱାଡ଼ି କେନ୍ଦ୍ର,ଅନ୍ତ୍ୟୋଦୟ ଗୃହ ଯୋଜନା, ଓଡ଼ିଶା ଜୀବିକା ମିଶନ ସହ ଓର୍ମାସ ର ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ବୟନ ଗ୍ରାମ ର କାରିଗର ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ଉପଦେଶ ଦେଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଅମୃତ ମିଶନ, ପାନୀୟ ଜଳ ଯୋଗାଣ ସମସ୍ୟା ଓ ନିରାକରଣ,  ଉପରେ ବିଷଦ ଆଲୋଚନା ହୋଇଥିଲା। ଶିକ୍ଷା କ୍ଷେତ୍ର ରେ ଜଗତସିଂହପୁର ଜିଲ୍ଲା ର ଉତ୍ତମ ପ୍ରଦର୍ଶନ କୁ ପ୍ରଶଂସା କରିବା ସହ ଜିଲ୍ଲା ର ପି ଏମ ଶ୍ରୀ ବିଦ୍ୟାଳୟ ବିଷୟ ରେ ପଚାରି ବୁଝିଥିଲେ।ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ପ୍ରସ୍ତାବିତ ସମସ୍ତ ବସଷ୍ଟାଣ୍ଡ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ କାର୍ଯ୍ୟ ର ରୂପରେଖ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ନୂତନ ପଦକ୍ଷେପ ଗ୍ରହଣ ସହ ସରକାର ଙ୍କ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ସଚିବ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠି , ଓ ଏସ ଆର ଟି ସି ର ଜି ଏମ ଶ୍ରୀ ଅରୁଣ କୁମାର ବିଶ୍ବାଳ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ  ବାଲିକୁଦା ବ୍ଲକ ର ଅଟଳ ବସ୍ ଷ୍ଟାଣ୍ଡ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ସମ୍ପର୍କ ରେ ପଚାରି ବୁଝିଥିଲେ। ପରେ କୁଜଙ୍ଗ ବ୍ଲକ୍ ଓ ପାରାଦ୍ଵୀପ ପୌର ପରିଷଦ ଅଞ୍ଚଳ ରେ ବସଷ୍ଟାଣ୍ଡ ନିମନ୍ତେ ପ୍ରସ୍ତାବିତ ଜାଗା ପରିଦର୍ଶନ କରିଥିଲେ।ପାରାଦ୍ଵୀପ ବେଳାଭୂମି  ପରିଦର୍ଶନ କରି ପର୍ଯ୍ୟଟନ ବିକାଶ ଦିଗରେ ଆଲୋଚନା କରିଥିଲେ।

ତିର୍ତ୍ତୋଲ ବ୍ଲକ୍ ର ମନିଜଙ୍ଗା ମେଗା ପାଇପ୍ ୱାଟର ପ୍ରୋଜେକ୍ଟ, ତରତଙ୍ଗ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହ ଏହାର ସାମଗ୍ରିକ ବିକାଶ ନିମନ୍ତେ ଆଲୋଚନା କରିଥିଲେ।ରଘୁନାଥପୁର ର ଗ୍ରାମୀଣ ଶିଳ୍ପ ଉଦ୍ୟାନ  ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକାରିତା ଓ ଶିଳ୍ପୀ ମାନଙ୍କ ନିମନ୍ତେ ରୋଜଗାର ସୃଷ୍ଟି ପାଇଁ ହସ୍ତଶିଳ୍ପ, କାଫେ ଓ ହସ୍ତତନ୍ତ ବଜାର ନିର୍ମାଣ ପାଇଁ ଉପଦେଶ ଦେଇଥିଲେ। ।  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠି, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ନିର୍ବାହୀ ଅଧିକାରୀ ପାରାଦୀପ ପୌର ପରିଷଦ, ଶ୍ରୀ ଅଭିଷେକ ପଣ୍ଡା,ବିଡିଓ  ପ୍ରମୁଖ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ରହି ସଚିବ ଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *