ଫୁଲନଖରା ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- “ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ” ଆନୁକୂଲ୍ୟରେ ବାରଙ୍ଗ ବ୍ଲକ ୩୩ନଂ ଜୋନ୍ ବିଜୁ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ବାରଙ୍ଗ ବ୍ଲକ ୩୩ନଂ ଜୋନ୍ର ୮ଗୋଟି ପଂଚାୟତରୁ ୯୧ଜଣ ପୁରୁଷ ଓ ମହିଳା ରକ୍ତଦାତା ରକ୍ତଦାନ କରିଥିଲେ । ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫେସର ଡଃ ପ୍ରମୋଦ କୁମାର ମଲ୍ଲିକ ଏହି ଶିବିରକୁ ଶୁଭ ଉଦ୍ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବାରଙ୍ଗ ବ୍ଲକ ବିଜୁ ଜନତା ଦଳ ସଭାପତି ଗୋଲେଖ ଚନ୍ଦ୍ର ପାତ୍ର, ଜିଲା ପରିଷଦ ସଭ୍ୟ ପ୍ରଦୀପ ଭୋଇ, ସରପଂଚ ପଦ୍ମିନୀ ପ୍ରଧାନ, ସମିତି ସଭ୍ୟ ବେଣୁଧର ମୂଳିଆ, ବିଶ୍ୱରଂଜନ ସାହୁ, ଲକ୍ଷ୍ମୀଧର ପ୍ରଧାନ, ଅରୁଣ କୁମାର ସାହୁ, ରାଜଦର୍ଶନ ବାରିକ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର
