କେନ୍ଦ୍ରାପଡାରୁ ଯିବେ ୩ହଜାରରୁ ଉଦ୍ଧ୍ୱର୍ କଂଗ୍ରେସ କର୍ମୀ
କେନ୍ଦ୍ରାପଡ଼ା, ୦୭/୦୭/୨୦୨୫(ଓଡ଼ିଶା ସମାଚାର)- ସମ୍ବିଧାନ ବଂଚାଅ ସମାବେଶକୁ ସଫଳ କରିବା ନେଇ ଏକ ପ୍ରସ୍ତୁତି ବୈଠକ ପ୍ରବେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଧେଶ କମେ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଜିଲା ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧୧ ସମାବେଶରେ ଭାରତବର୍ଷର ଯୁବମାନସର ପ୍ରତୀକ ଲୋକସଭାର ବରୋଧୀଦଳ ନେତା ରାହୁଲୁ ଗାନ୍ଧୀ, ନିଖିଳଭାରତ କଂଗ୍ର୍ରେସ କମିଟି ସଭାପତି ତଥା ରାଜ୍ୟସଭାର ବିପକ୍ଷ ଦଳର ନେତା ମଲିକାର୍ଜୁନ ଖଡଗେ ଓ ସାଧାରଣ ସଂପାଦକ କେ.ସି.ବେନୁ ଗୋପାଲଜୀ ପ୍ରମୁଖ ଯୋଗଦେବେ ।
ଏହି ପ୍ରସ୍ତୁତି ବୈଠକରେ ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ଓଡିଶା ସଂଗଠନ ପ୍ରଭାରୀ ଅଜୟ କୁମାର ଯୋଗଦେଇ କେନ୍ଦ୍ରାପଡା ଜିଲାରୁ ଉକ୍ତ ସମାବେଶରେ ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୋଗଦେବାପାଇଁ ଆହ୍ୱାନ ଦେଇଥିଲେ । ଓଡିଶାରେ ଘଟୁଥିବା ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳାର ଅବଗତି, ବେକାରୀ, ନିଖୋଜ ଥିବା ଶିଶୁ ଓ ଯୁବତୀ ମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପଦେକ୍ଷପ ନୀତିକୁ ଘୋର ନିନ୍ଦା କରିଥିଲେ । କଂଗ୍ରେସ ରାଜ୍ୟର ବିରୋଧି ଦଳର କାର୍ଯ୍ୟ କରୁଥିଲେ ମଧ୍ୟ କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ବେକାରୀ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ସସ୍ମିତା ବେହେରା, ଚିନ୍ମୟ ପ୍ରସାଦ ବେହୁରା, ଡ.ଦେବସ୍ମିତା ଶର୍ମା, ହଳଧର ସେଠୀ, ଡ. ସିପ୍ରା ମଲ୍ଲିକ, ରତିକାନ୍ତ କାନୁନଗୋ, ଅଶୋକ ପ୍ରତିହାରୀ, ବିଭ୍ରାଶୁଂଶେଖର ଲେଙ୍କା, ମହମଦ୍୍ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ଯୁବ କଂଗ୍ରେସର ସମ୍ରାଟ କେଶରୀ ଜେନା, ସତ୍ୟପ୍ରିୟ ସାମଲ, ରତିକାନ୍ତ ବେହେରା, ଉମେଶ ପାଢୀ, ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଂଜନ ରାଉତ, ମଳୟ ଦାସ, ସର୍ବେଶ୍ୱର ସେଠୀ, ସୟଦ ଅବଦୁଲ ସତାର, ସଞ୍ଜୟ ରାଉତ, ମଙ୍ଗୁଳି ଚରଣ ବେହେରା, ଜ୍ୟୋତିରଞ୍ଜନ ପରିଡା, ବିଜୟ ପଣ୍ଡା, ରବିନାରାୟଣ ବେହେରା, ଉମେଶ ତ୍ରିପାଠୀ, ଭାଗିରଥି ଜେନା, ମାନଗୋବିନ୍ଦ ଦାସ, ସତ୍ୟରଞ୍ଜନ ପରିଡା, ରଶ୍ମିତା ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, କୁନି ଦିଦି, ନିରଞ୍ଜନ ରାଉତ, ଭାରତୀ କାନୁନଗୋ, ସଂଧ୍ୟାରଣୀ ରାଉତ, ରମାକାନ୍ତ ଦାସ, ନଳୀନି ମହାନ୍ତି, ଅନନ୍ତ ପାତ୍ର, ଭ୍ରମରବର ରାଉତ, ହରିଶ ପଟ୍ଟନାୟକ, ହିମାଂଶୁ ନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ସମସ୍ତ ବ୍ଲକ ଓ ୨ଟି ପୌରାଂଚଳରୁ ଭୁବନେଶ୍ୱର ସମାବେଶକୁ ତିନି ହଜାରରୁ ଉୁଦ୍ଧ୍ୱର୍ କର୍ମୀ ଯୋଗ ଦେବାର ନିଷ୍ପତିି ଗ୍ରହଣ କରାଯାଇଥିଲା ।
