ଲକ୍ଷ୍ମୀପୁର ୨୦/୦୪/୨୦୨୪(ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି।ବିଜେଡ଼ି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା କୈଳାସ ଫୁଲ ମୁଡ଼ରେ ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।ବୁଧବାର ଦିନ ଲକ୍ଷ୍ମୀପୁର ଠାରେ ହଜାର ହଜାର ସମର୍ଥକଙ୍କୁ ନେଇ ଏକ ବିଶାଳ ମଟର ସାଇକେଲ ରାଲି କରିଥିବା ବେଳେ ଆଜି ବିଜେଡ଼ି ର ବିଧାନ ସଭା ପ୍ରାର୍ଥୀ ପ୍ରଭୁ ଜାନୀ ଙ୍କ ଗଡରେ ମଧ୍ୟ ନିଜର ଦମ୍ ଦେଖାଇଛନ୍ତି।ଶ୍ରୀଯୁକ୍ତ କୈଳାସ ଦଶମନ୍ତପୁର ବ୍ଲକ୍ ସଦରରେ ଏକ ରୋଡ ସୋ ଜରିଆରେ ନିଜର ପତିଆରା ଦେଖାଇଛନ୍ତି।ଯୋଉଥିରେ ହଜାର ହଜାର ସଂଖ୍ୟାରେ ତାଙ୍କର ସମର୍ଥକ ମାନେ ଯୋଗ ଦେଇଥିଲା ବେଳେ ସଭିଏଁ ସ୍ଥାନୀୟ ରାଧା କୃଷ୍ଣ ମନ୍ଦିର ଛକରୁ ବାହାରି ସହର ପରିକ୍ରମା କରି ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚି ଥିଲେ।ସେଠାରେ ବିଧ୍ୟାୟକ ପ୍ରାର୍ଥୀ କୈଳାସ କୁଲେସିକା,ସାଂସଦ ପ୍ରାର୍ଥୀ କଳିରାମ୍ ମାଝୀ,ସୁମନ୍ତ ପ୍ରଧାନ,ନକୁଳ ବିଶୋଇଙ୍କ ସମେତ ଅନେକ ଦଳୀୟ ନେତା ପୂଜାର୍ଚ୍ଚନା ସାରି ସାଧାରଣ ସଭାରେ ଯୋଗ ଦେଇଥିଲେ।ଉକ୍ତ ସଭାରେ ଏକ ମିଶ୍ରଣ ପର୍ବ ଜରିଆରେ କୈଳାସ ଙ୍କ ଭାବ ମୂର୍ତ୍ତି ପାଇଁ ଅନ୍ୟ ଦଳର ପ୍ରାୟ ଶହେରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସମିଲେ ହୋଇଥିଲେ।ଶ୍ରୀ ଯୁକ୍ତ କୁଲେସିକା କଂଗ୍ରେସରେ ଥିବା ବେଳେ ଯେଉଁ ସଂଗଠନ ଗଢି ଥିଲେ ସେଇ ସଂଗଠନ ସହ ସିଏ ବିଜେଡ଼ି ରେ ଯୋଗ ଦେଇଥିଲେ।ଆଜି ସେଇ ସଂଗଠନ ପୁନଃ ତାଙ୍କ ସହିତ ମିଶି ବିଶାଳ ସମାବେଶ କରିଥିବାରୁ ସିଏ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଉପରେ ଭରସା କରି ବିଧାୟକ ଓ ସାଂସଦ ପ୍ରାର୍ଥୀ ଭାବେ ଆମକୁ ଦାୟିତ୍ଵ ଦେଇଛନ୍ତି।ତାଙ୍କ ଆଶା ପୁରଣ ପାଇଁ ଆପଣ ମାନଙ୍କ ସହାୟତା ଦରକାର୍।ତେଣୁ ସଭିଏଁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସମର୍ଥକ ମାନଙ୍କୁ କହିବା ସହିତ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ ।
ଏହି ଦୁଇଟି ସିଟ୍ କୁ ହାତେଇବା ପାଇଁ ଏବେ ପ୍ରତ୍ୟେକ ଦଳ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଆସନ୍ତା ଜୁନ ମାସ ୪ ତାରିଖକୁ ସମସ୍ତୀଙ୍କର ଅପେକ୍ଷା ରହିଲା।ଆଜି କିଛି ସମୟ ଧରି ଦସମନ୍ଥପୁର ବ୍ଲକ୍ ସଦର ପୁରା ଜନ ସମୁଦ୍ର ପାଲଟିଥିବା ଦେଖିବାକୁ ମିଳିଥିଲା।