କଟକ ସଦର ,୨୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶରେ ଏମର୍ଜେନ୍ସି ଵା ଜରୁରୀକାଳୀନ ସ୍ଥିତି ଲାଗୁ ହେଵାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶରେ ସରକାର ଙ୍କ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଥିଵା ପରିପ୍ରେକ୍ଷୀରେ କିଶନନଗର କଲେଜରେ ତାହା ପାଳିତ ହୋଇଥିବା ଜଣାପଡିଛି।

ଏହି ଅବସରରେ ଅଧ୍ୟକ୍ଷ ପ୍ରେମାନନ୍ଦ ମୁଦୁଲିଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ପ୍ରାଧ୍ୟାପକ ଡ଼ ଅନାଦି ବରାଳ, ଅଧ୍ୟାପିକା ପ୍ରିତିଲତା ସାହୁ, ଅଧ୍ୟାପିକା ନମ୍ରତା ଶର୍ମା ପ୍ରମୁଖ ଯୋଗ ଦେଇ ୧୯୭୫ ରେ ଲାଗୁ ହୋଇଥିବା ଏମର୍ଜେନ୍ସି ର କଳା ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ।
