ଓଡ଼ିଶା ଭିଜନ ଡକୁ୍ୟମେଂଟ ଡବଲ ଇଞ୍ଜିନ ଫେଲ୍

ଭୁବନେଶ୍ୱର,୨୭/୦୬/୨୦୨୫ (ଓଡ଼ିଶା ସମାଚାର)-ଗତ ୨୦ତାରିଖ ଦିନ ରାଜଧାନୀରେ ଓଡ଼ିଶାର ବିଜେପି ସରକାର ଏକବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ବିରାଟ ଜନସମାବେଶରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ଭିଜନ ଡକୁ୍ୟମେଂଟ ଉନ୍ମୋଚିତ ହେଲା । ଏହି ଭିଜନ ଡକୁ୍ୟମେଂଟ ପୃଷ୍ଠା ସଂଖ୍ୟା ପାଖାପାଖି ଛଅଶହ । ଏହି ଭିଜନ ଡକୁ୍ୟମେଂଟରେ ଓଡ଼ିଶା ୨୦୩୬ରେ ଯେତେବେଳେ ଶତାୟୁ ହେବ, ସେତେବେଳେ ବିକାଶ କେଉଁ ସୋପାନରେ ପହଂଚିବ ଓ ୨୦୪୭ରେ ଯେତେବେଳେ ସ୍ୱାଧୀନତାର ଶହେବର୍ଷ ପାଳନ କରିବ, ସେତେବେଳେ ଓଡ଼ିଶାର ବିକାଶର ଚିତ୍ର କ’ଣ ହୋଇଥିବ ଏହି ଦସ୍ତାବିଜ୍ ରେ ଦର୍ଶାଇଥିବା ବେଳେ ପ୍ରଧାନମନ୍ତ୍ରୀ ନିଜେ ବିକଶିତ ଓଡ଼ିଶା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ବିକାଶର ସେହି ସ୍ଥାନରେ ପହଂଚିବାକୁ ହେଲେ ସରକାର କି କି ପଦକ୍ଷେପ ନେବେ ତାହା ମଧ୍ୟ ଦର୍ଶାଇଛନ୍ତି ।

ଡକୁ୍ୟମେଂଟର ୩୧ ପୃଷ୍ଠାରେ କୃଷି ବିକାଶ ଅଧ୍ୟାୟରେ ସାରଣୀ ୧.୫ରେ ଦର୍ଶାଯାଇଛି ଚାଷୀର ମୁଣ୍ଡପିଛା ଆୟ ୨୦୧୮-୧୯ରେ ହେଉଛି ୫,୧୧୨ ଟଙ୍କା ଏବଂ ସେହି ପରିସଂଖ୍ୟନକୁ ଆଧାର କରି ୨୦୨୯, ୨୦୩୬ ଓ ୨୦୪୭ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ୫,୧୧୨ ଟଙ୍କା ଚାଷୀର ମୁଣ୍ଡପିଛା ଆୟ ନୁହେଁ, ତାହା ଓଡ଼ିଶାର ଗୋଟିଏ ଚାଷୀ ପରିବାରର ମାସିକ ଆୟ ଏଥିରେ ଆମେ ତଳ ଆଡ଼କୁ ଦ୍ୱିତୀୟରେ । ଆମ ତଳକୁ ଝାଡ଼ଖଣ୍ଡ ଥିବା ତଥ୍ୟ କହୁଛି । ଧରନ୍ତୁ ଏବେ ଚାଷୀର ମୁଣ୍ଡପିଛା ଆୟ ୫,୧୧୨ ଟଙ୍କା ଆଉ ୨୦୪୭କୁ ଲକ୍ଷ୍ୟ ରଖାଯାଇଛି ୧୫,୦୦୦ ଟଙ୍କା । ଅଥଚ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆୟ ୨୦୪୭ ସୁଦ୍ଧା ୩୨ ଲକ୍ଷ ଟଙ୍କା । ଚାଷୀ ଆୟ କରିବ ୧୫,୦୦୦ ଆଉ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା । ଏହା କ’ଣ ଚାଷୀଙ୍କୁ ନ୍ୟାୟ ଦେବାର ଭିଜନ ଡକୁ୍ୟମେଂଟ କି?

ଧାନର ଇନପୁଟ ସବସିଡ୍ ୮୦୦ ଟଙ୍କା ଘୋଷଣା କରି ଚାଷୀଙ୍କ ଠାରୁ ଧାନ କିଣୁନାହାଁନ୍ତି ସରକାର । ଯାହାଦ୍ୱାରା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । କୁଇଂଟାଲ କୁଇଂଟାଲ ଧାନ ମଣ୍ଡିରେ ଗଜା ହେଉଛି, ଏଥିପ୍ରତି ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି ଯାହା ସରକାରଙ୍କ ଚାଷୀମାରଣର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସେଥିରୁୁ ଗୋଟିଏ ଥିଲା ଚାଷୀମାନେ ଉତ୍ପାଦନ ଖର୍ଚ୍ଚରୁ ଅଧାରୁ ଅଧିକ ଲାଭ ଭାବରେ ପାଇବେ, କିନ୍ତୁ ପରିଶେଷରେ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ପ୍ରମାଣିତ ହେଲା । ସେହିପରି ୨୦୧୬ ମସିହାରେ ଛଅବର୍ଷ ମଧ୍ୟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଏହି ମୁଦାରୁ ଚାଷୀଙ୍କ ନଜର ହଟାଇବା ପାଇଁ ଭାଜପା ସରକାର ଅନେକ ନୂଆ ନୂଆ ଯୋଜନା ଆରମ୍ଭ କଲେ ଏବଂ କିଛି ପୁରୁଣା ଯୋଜନାକୁ ନାମ ବଦଳାଇ ପୁନଃ ପ୍ୟାକଜେିଂ କଲେ । ଏଥିମଧ୍ୟରୁ ଗୋଟିଏ ଥିଲା ପ୍ରଧାନମନ୍ତ୍ରୀ ଆଶା ଯୋଜନା ବା ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ, ଯାହା ଦେଶସାରା ଡାଲି ଏବଂ ତୈଳବୀଜ ଚାଷ କରୁଥିବା ଲକ୍ଷ ଲକ୍ଷ ଚାଷୀଙ୍କ ଆୟକୁ ସୁରକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ଏକ ଯୋଜନା । ୨୦୧୯ ଲୋକସଭା ନିର୍ବାଚନର ସାତମାସ ପୂର୍ବରୁ ସେପ୍ଟେମ୍ବର ୨୦୧୮ରେ ସରକାର ଏହି ଯୋଜନା ଘୋଷଣା କରିଥିଲେ ଏବଂ ୧୫,୦୫୩ କୋଟି ଟଙ୍କାର ବଜେଟ ମଧ୍ୟ ଆବଂଟନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ହରିୟାଣାରେ ଏହି ଯୋଜନା ବିଷୟରେ କହିଥିଲେ ଯେ, ‘କୃଷକମାନେ ଦଶନ୍ଧି ଧରି ଏହା (ଏମଏସପିରେ କ୍ରୟ) ପାଇଁ ବାରମ୍ବାର ମାଗୁଛନ୍ତି । ଆମେ ଏବେ ସେମାନଙ୍କର ଇଚ୍ଛା ପୂରଣ କରିଛୁ ।’ କିନ୍ତୁ ଏହି ଯୋଜନା ମଧ୍ୟ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ବିଫଳ ସାବ୍ୟସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ଘୋଷଣା କରୁଥିବା ସମସ୍ତ ଯୋଜନା କେବଳ ଚାଷୀମାନଙ୍କୁ ପୃଷ୍ଠପୋଷକତା ଦେବା ପାଇଁ ଏକ ନର୍ବାଚନୀ ପ୍ରଚାର ଭାବରେ କାର୍ଯ୍ୟ କରିଥିଲେ । ଭିଜନ ଡକୁ୍ୟମେଂଟ ଏକ ବିରାଟକାୟ ଦସ୍ତାବିଜ ଓ ବିଭିନ୍ନ ବିଭାଗ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହାକୁ ଗଭୀର ଭାବରେ ଅନୁଧ୍ୟାନ କଲାପରେ ଲକ୍ଷ୍ୟ କେତେଦୂର ହାସଲ ହେବ ଓ ସେଥିପାଇଁ ରାଜ୍ୟ ପ୍ରଶାସନ କିପରି କାର୍ଯ୍ୟକ୍ରମ କରିବେ ତାହା ଦେଖିବାକୁ ବାକି ରହିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଗଣମାଧ୍ୟମକୁ ପ୍ରତି୍ରକିୟା ଦେଇ ଭାଜପା ସରକାରଙ୍କୁ ସମାଲୋଚନା କରିବା ସହି ସମାଜବାଦୀ ପାର୍ଟିର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲା ସଭାପତି ପ୍ରବୀଣ କୁମାର ନାୟକ, ନୟାଗଡ଼ ଜିଲା ସଭାପତି ଉଲ୍ଲାସ ବାରିକ, ଯାଜପୁର ଜିଲା ସଭାପତି ଦୀପକ କୁମାର ସାହୁଙ୍କ ସମେତ ପାର୍ଟିର ଅନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *