ଗାଁ ସାଥି (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରସ୍ତୁତି ବୈଠକ

ପ୍ରତିଶୃତି ପୁରଣ ନହେଲେ ୨୧ରୁ ଧାରଣା
କେନ୍ଦ୍ରାପଡ଼ା, ୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ଗାଁ ସାଥି(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡା ଜିଲା ଶାଖାର ଏକ ପ୍ରସ୍ତୁତି ବୈଠକ ସଭାପତି ଅନିଲ କୁମାର ଜେନାଙ୍କ ପୌରୋହିତ୍ୟରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା ୨୦ତାରିଖ ପୂର୍ବରୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ଗାଁ ସାଥି(ମେଟ୍)ମାନଙ୍କ ମାସିକ ପ୍ରୋତ୍ସାହନ ରାଶି ୧୫ହଜାର ଟଙ୍କାରୁ ଉଦ୍ଧ୍ୱର୍ ଯଦି ଘୋଷଣା ନକରନ୍ତି ତେବେ ଆସନ୍ତା ୨୧ତାରିଖରୁ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ୫୦ହଜାର ରୁ ଉଦ୍ଧ୍ୱର୍ ଗାଁସାଥିମାନେ ରାଜ୍ୟ ସଂଘ ଡାକରାରେ ଗଣଧାରଣା ଦେବା ସହିତ ରାଲି କରି ପ୍ରତିବାଦ ଜଣାଇବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।

ଏହି ଗଣଧାରଣାରେ କେନ୍ଦ୍ରାପଡା ଜିଲାରୁ ୧୫ଶହ ଗାଁସାଥି ଯୋଗଦେବେ ବୋଲି ସ୍ଥିର କରାଯାଇଛି । ବୈଠକରେ ରାଜ୍ୟ ପଂଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ପତ୍ର ସଂଖ୍ୟା- ୨୪୫୦୯ ତା ୨୯.୦୮.୨୦୨୬ରିଖ ଏବଂ ବିଭାଗର ପତ୍ର ସଂଖ୍ୟା- ୨୫୩୧୪ ତା ୫.୦୯.୨୦୨୬ରିଖକୁ କଡାକଡି ଭାବେ ପାଳନ କରାଯାଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆସନ୍ତା ୧୫ତାରିଖ ଭିତରେ ରାଜ୍ୟ ପଂଚାୟତିରାଜ ବିଭାଗକୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।

ଏତଦ ବ୍ୟତିତ ଗତ ୬ମାସ ହେବ ଗାଁସାଥିମାନେ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକରି ସେମାନଙ୍କ ପ୍ରାପ୍ୟ ପାଇନଥିବାରୁ ସେହି ବକେୟା ପ୍ରାପ୍ୟକୁ ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲା ଆଳି ବ୍ଲକ ଅଧିନ ଅଟାଳ, ମାଣିକପାଟଣା ଓ ବାଳକାଟି ଭଳି ୩ଟି ପଂଚାୟତରେ କାର୍ଯ୍ୟରତ ମେଟ୍ ମାନଙ୍କୁ ଡାଟାବେସରେ ସ୍ଥାନିତ କରିବା ପାଇଁ ଜିଲା ପରିଷଦ ମୁଖ୍ୟଉନ୍ନୟନ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ବାରମ୍ବାର ନିବେଦନ ସତ୍ୱେ ଅଦ୍ୟାବଧି ତାହା ସମ୍ଭବ ହୋଇପାରିନାହିଁ ।

ତେଣୁ ତୁରନ୍ତ ସେମାନଙ୍କ ଡାଟାବେସ ପ୍ରସ୍ତୁତ କରାଯିବାକୁ ସଂଘ ପକ୍ଷରୁ ପୁନର୍ବାର ଦାବି କରାଯାଇଛି । ଏହି ବୈଠକରେ ସମ୍ପାଦକ ବିଜୟ କୁମାର ବେହେରା, ବ୍ଲକ କର୍ମକର୍ତା ପ୍ରଶାନ୍ତ କୁମାର ଦାସ, ମନୋଜ କୁମାର ସୁତାର, ଅଜୟ କୁମାର ମହାପାତ୍ର, ମନୋଜ କୁମାର ସାହୁ, ପରମାନନ୍ଦ ସାମଲ, ବିଜୟ କୁମାର ରାଉତ, ଜ୍ୟୋସ୍ନôାରାଣୀ ବେହେରା, ଅନ୍ନପୂର୍ଣ୍ଣା ସାହୁ, ସୁରେଖା ପାଇଟାଳ, ଜାନକୀ ମହାରଣା, ପ୍ରତାପ ପରିଡା, ସୁରେଶ ସାମଲ, ଅହେଶକାନ୍ତ ନାୟକ, ରାନୁ ଜେନା, ଲକ୍ଷ୍ମୀପ୍ରିୟା ମିଶ୍ର, ଲତିକା ସ୍ୱାଇଁ, ଅନିତା ଦାସ, କୈାଶଲ୍ୟା, ଯମୁନା ବେହେରା, ସତ୍ୟବ୍ରତ ରଣା ପ୍ରମୁଖ ଶତାଧିକ ଗାଁସାଥିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *