ଆସୁସ ଇଣ୍ଡିଆ ପକ୍ଷରୁ ଆରଟିଏକ୍ସ ୫୦୫୦ ଜିପିୟୁ ଥିବା ନୂଆ ଟିୟୁଏଫ ଗେମିଂ ଏଫ୧୬ ଓ ରଗ ଷ୍ଟ୍ରିକ୍ସ ଜି୧୬ସହ ଗେମିଂ ଶୃଙ୍ଖଳା ର ସମ୍ପ୍ରସାରଣ

ବିଲ୍ଟ-ଇନ କୋପାଇଲଟ କୀଓ ୧୬ଟପ୍ସ ପର୍ୟ୍ୟନ୍ତ ଏଆଇ ପ୍ରୋସେସିଂ ସହିତ ଏହି ଲାପଟପ ଗୁଡିକୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କାଜୁଆଲ ଗେମର, କ୍ରିଏଟର ଓ ହର୍ଡକୋର ଗେମର ଙ୍କ ପାଇଁ ଅପ୍ଟିମାଇଜ କରାଯାଇଛି
ନୂଆଦିଲ୍ଲୀ, ୨୭ଜୁନ୨୦୨୫: ରପବ୍ଲିକ ଅଫ ଗେମର୍ସ (ରଗ୍)ର ନିର୍ମାତା ଓ ଭାରତର ଏକ ନମ୍ବର ଗେମିଂ ବ୍ରାଣ୍ଡ ଆସୁସ ଇଣ୍ଡିଆ ଏନଭିଆଇଡିଆଇଏ ଜିଫୋର୍ସ ଆର୍ଟିଏକ୍ସ ଟିଏମ ୫୦୫୦ଗ୍ରାଫିକ୍ସ ଦ୍ୱାରା ପରିଚାଳିତ ନୂଆ ଟିୟୁଭି ଗେମିଂ ଏଫ୧୬ ଓରଷ୍ଟ୍ରିକ୍ସ ଜି ୧୬ରଶୁଭାରମ୍ଭ ସହିତ ଏହାର ଗେମିଂ ଶୃଙ୍ଖଳାକୁ ବିସ୍ତାର କରିଛି। ଏହା ବ୍ୟତୀତ ଆସୁସ ରଗ୍ ଏହାର ବିଦ୍ୟମାନ ୨୦୨୪ ରଗ୍ ଷ୍ଟ୍ରିକ୍ସ ଜି୧୬ (ଜି୬୧୪) ଶୃଙ୍ଖଳାକୁ ନୂଆ ଆରଟିଏକ୍ସ ଟିଏମ ୫୦୫୦ ଜିପିୟୁ ସହ ସୁସଜ୍ଜିତ କରି ଅପ ଗ୍ରେଡ କରିଛି, ଯାହା ବିଭିନ୍ନ ମୂଲ୍ୟ ବର୍ଗରେ ଉଚ୍ଚ ପ୍ରଦର୍ଶନକ୍ଷମ ଗେମିଂ ପ୍ରଦାନ କରିବାପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି।
ମୂଲ୍ୟ ଓ ଉପଲବ୍ଧତା
ମଡେଲ ପ୍ରାରମ୍ଭିକ ମୂଲ୍ୟ (ଟଙ୍କା) ପ୍ଲାଟଫର୍ମ
ରଗ ଷ୍ଟ୍ରିକ୍ସ ଜି ୧୬
(ଜି୬୧୫ ଜେଏଚ୍ଆର-ଏସ୫୦୦୫ଡବ୍ଲ୍ୟୁଏସ୍) ୧,୫୯,୯୯୦ଟଙ୍କା ଅଫ୍ଲାଇନ: ରଗ୍ ଷ୍ଟାର, ଆସୁସ ଏକ୍ସକ୍ଲୁସିଭ ଷ୍ଟୋର, ରିଲାଏନ୍ସ ଡିଜିଟାଲ, କ୍ରୋମା, ବିଜୟ ସେଲ୍ସ ଓ ଅଥୋରାଇଜ୍ଡ ରିଟେଲ ପାର୍ଟନର
ଅନ୍ଲାଇନ: ଆସୁସଇ-ସପ୍, ଫ୍ଲିପକାର୍ଟ
ରଗ ଷ୍ଟ୍ରିକ୍ସ ଜି ୧୬
(ଜି୬୧୪ପିଏଚ-ଆର୍ଭି୦୩୩ଡବ୍ଲ୍ୟୁଏସ୍)
୧୪୪,୯୯୦ଟଙ୍କା ଅଫ୍ଲାଇନ: ରଗ୍ଷ୍ଟୋର, ଆସୁସଏକ୍ସକ୍ଲୁସିଭଷ୍ଟୋରଓଅଥୋରାଇଜ୍ଡରିଟେଲପାର୍ଟନର
ଅନଲାଇନ: ଆସୁସଇ-ସପ୍, ଆମାଜନ
ଟିୟୁଏଫଏଫ୧୬ (ଏଫଏକ୍ସ ୬୦୮ ଜେଏଚ-ଆର୍ଭି ୦୫୭ ଡବ୍ଲ୍ୟୁଏସ୍)
୧୨୪,୯୯୦ଟଙ୍କା ଅଫ୍ଲାଇନ: ରଗ୍ଷ୍ଟୋର, ଆସୁସ ଏକ୍ସକ୍ଲୁସିଭ ଷ୍ଟୋର, ରିଲାଏନ୍ସ ଡିଜିଟାଲ, କ୍ରୋମା, ବିଜୟସେଲ୍ସ ଓ ଅଥୋରାଇଜ୍ଡ ରିଟେଲପାର୍ଟନର
ଅନ୍ ଲାଇନ: ଆସୁସ ଇ-ସପ୍, ଫ୍ଲିପକାର୍ଟ
ଏହି ନୂଆ ରେଞ୍ଜ ର ଗେମିଂ ଶୃଙ୍ଖଳା ସମ୍ପର୍କରେ ଆସୁସ ଇଣ୍ଡିଆ ର କଞ୍ଜ୍ୟୁମର ଆଣ୍ଡ ଗେମିଂ ପିସି ବିଭାଗ ର ଉପାଧ୍ୟକ୍ଷ ଆର୍ଣ୍ଣଲ୍ଡ ସୁ କହିଛନ୍ତି, “ଆସୁସ ରେ ଆମେ ପ୍ରତିଯୋଗୀପୂର୍ଣ୍ଣ ଗେମରଙ୍କଠାରୁ ଆରମ୍ଭକରି ସାଧାରଣ କ୍ରିଏଟର ଙ୍କ ପର୍ୟ୍ୟନ୍ତ ପ୍ରତ୍ୟେକ ଧରଣର ଉପଭୋକ୍ତା ଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ଆମର ଗେମିଂ ଶୃଙ୍ଖଳାକୁ ସମ୍ପ୍ରସାରିତ ଓ ବିକଶିତ କରିବାପାଇଁ ନିରନ୍ତର ଭାବେ କାର୍ୟ୍ୟ କରୁଛୁ।ଉଭୟ ରଗ୍ ଓଟିୟୁଏଫ ସିରିଜ ରେ ଆରଟିଏକ୍ସ ୫୦୫୦-ପରିଚାଳିତ ମଡେଲ ଗୁଡିକର ଉନ୍ମୋଚନ ସହିତ ଆମେ ଏବେ ବିଭିନ୍ନ ମୂଲ୍ୟ ବର୍ଗରେ ଓ ୟୁଜ୍ କେଶ ଗୁଡିକରେ ଉଚ୍ଚ କାର୍ୟ୍ୟଦକ୍ଷତା ସମ୍ପନ୍ନ ଗେମିଂ, ଏଆଇ-ରିଡିନେସ୍ ଓ ନିମଜ୍ଜିତ ଭିଜୁଆଲ ଉପଲବ୍ଧ ହେବବୋଲି ନିଶ୍ଚିତ କରିଛୁ। ଏହି ଲଂଚ ଭାରତରଏକ ନମ୍ବର ଗେମିଂ ବ୍ରାଣ୍ଡ ଭାବେ ଆମର ସ୍ଥିତି ସୁଦୃ ଢକରିବା ଏବଂ ଗେମିଂ ଇକୋ ସିଷ୍ଟମ ର ପ୍ରତ୍ୟେକ କୋଣ ଅନୁକୋଣରେ ସେବା ପହଂଚାଇବା ଦିଗରେ ଆଉ ଏକ ପଦକ୍ଷେପ ଅଟେ।”

Leave a Reply

Your email address will not be published. Required fields are marked *