ହେପାଟାଇଟିସ ବି ଓ  ସି ର ଚିହ୍ନଟ ଶିବିର ଆୟୋଜିତ

ଜଗତସିଂହପୁର, ୨୩ /୦୨/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନ ( ଏନ. ଭି. ଏଚ. ସି. ପି ) ଜଗତସିଂହପୁର ତରଫରୁ,  ତା- ୨୩ – ୦୨ – ୨୦୨୬  ରିଖ ସୋମବାର ଦିନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମଣିଜଙ୍ଗା ର ସହଯୋଗ ରେ ଦୂର୍ଗା ଓ ମା ଇଟାଭାଟି ଠାରେ ଏକ ହେପାଟାଇଟିସ ବି ଓ  ସି ର ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା।

ଏଥିରେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର (ଜିଲ୍ଲା ମୁଖ୍ୟ ଚି଼କିତ୍ସାଳୟ) ଜଗତସିଂହପୁର ର  ମାଇକ୍ରୋ ବାୟୋଲୋଜିଷ୍ଟ,ଲ୍ୟାବ-ଟେକନିସିଆନ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସେଠାରେ  କାମ କରୁଥିବା ୧୦୩  ଜଣ ଉଚ୍ଚ ବିପଦ ପୁର୍ଣ୍ଣ ଗୋଷ୍ଠୀ ଲୋକ ମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ  ଏବଂ ପରୀକ୍ଷା ନିମନ୍ତେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର କୁ ପଠା ଯାଇଅଛି । ପ୍ରକାଶ ଥାଉ କି, ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର ପଜିଟିଭ୍ ଆସିବ,  ସେମାନଙ୍କୁ ବିନା ମୂଲ୍ୟ ରେ ଚିକିତ୍ସା ଯୋଗାଇ ଦିଆଯିବା ସହ ନିୟମିତ ବ୍ୟବଧାନ ରେ ତାଙ୍କର ଓ ତାଙ୍କ ପରିବାର ବର୍ଗଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।

Leave a Reply

Your email address will not be published. Required fields are marked *