କଟକ ସଦର, ୧୬/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ର ପୂର୍ବତନ କଂଗ୍ରେସ କମିଟି ସଭାପତି ତଥା କଟକ ଜିଲ୍ଲା ର ପୂର୍ବତନ ବିଜେପି ସଭାପତି, ସାଲେପୁର ର ପୂର୍ବତନ ବିଧାୟକ, ପୂର୍ବତନ ବିଜେଡ଼ି ନେତା ପ୍ରକାଶ ଚନ୍ଦ୍ର ବେହେରା କଟକ ସଦର ବିଧାୟକ ପ୍ରକାଶ
ଚନ୍ଦ୍ର ସେଠୀଙ୍କ ପୃଷ୍ଠପୋଷକତାରେ ୪୨ ମୈ।ଜାରେ ଆୟୋଜିତ ରଜ ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ ହେବା ରାଜନୈତିକ ଉଦେଶ୍ୟ ସାଧନ ପାଇଁ ସମ୍ଭବ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହା ଆଗାମୀ ଦିନରେ ଏକ ରାଜନୈତିକ ସମୀକରଣ ର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଥିବା ଜଣାପଡିଛି।
