ପାଟକୁରା,୧୬/୦୬/୨୦୨୫ (ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଳକ ଅଧୀନ ଗରଦପୁର (ଓସ୍ତିଆ )ଗ୍ରାମରେ ହେଉଥିବା ଜୀବନ ଜ୍ୟୋତି ରଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ରଙ୍ଗରଙ୍ଗ ସଂଗୀତ, ନୃତ୍ୟ କାର୍ୟ୍ୟ କ୍ରମ ବେଶ ଚିତାକର୍ଷକ ହୋଇଥିଲା । ଏହାପରେ ଅନୁଷ୍ଠାନର ସଭାପତି ମନ୍ମଥ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଦେଷ୍ଟା ଅଧ୍ୟାପକ ରମାକାନ୍ତ ପାଣି, ସମ୍ମାନିତ ଅତିଥି ଯନ୍ତ୍ରୀ ବିଶ୍ୱଜିତ ଜେନା,ପାଟକୁରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସାଧାରଣ ସ୍ୱାସ୍ଥ୍ୟ ଅଧିକାରିଣୀ ଶଶୀରେଖା ଦାସ,ଗବେଷକ ନିରଞ୍ଜନ ମେକାପ ଓ ୟୁକୋ ବ୍ୟାଙ୍କ ପରିଚାଳକ ବିକାଶ ମହାନ୍ତି ମଂଚାସୀନ ଥିଲେ ।

ବିଭିନ୍ନ କ୍ଷେତ୍ରରେ ଯଥା କୃଷି,ସ୍ୱାସ୍ଥ୍ୟ, ଶିକ୍ଷା, ସମବାୟ, ଲେଖକ, ସମାଜସେବୀ, କଳାକାର ଓ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୩୪ଜଣ ପ୍ରତିଭାଙ୍କୁ ଜୀବନ ଜ୍ୟୋତି ରଜ ମହୋତ୍ସବ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସମୟ ସ୍ରୋତରେ ଅନେକ ପରମ୍ପରା ହଜିଯିବାକୁ ବସିଥିବା ବେଳେ ଓସ୍ତିଆ ଜୀବନ ଜ୍ୟୋତି ରଜ ମହୋତ୍ସବ ଅନୁଷ୍ଠାନ ରଜ ପର୍ବକୁ ବଞ୍ଚାଇ ରଖିଛନ୍ତି ।

ଗ୍ରାମର ୮୫ଗୋଟି ପରିବାରର ସଦସ୍ୟମାନେ ଏହି ପରମ୍ପରା ଜାବୁଡି ଧରିଥିବାରୁ ଏହା ଘାତ ପ୍ରତିଘାତ ମଧ୍ୟରେ ଚାରିପୀଡ଼ି ହେବ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସ୍ଥାନ ପାଇଛି । ଓସ୍ତିଆ ରଜପର୍ଵ ଦେଖି ପାଟକୁରା ଅଂଚଳର ଅନେକ ଗ୍ରାମରେ ରଜ ପାର୍ବ ମନେଇବାକୁ ଆଗ୍ରହା ପ୍ରକାଶ କଲେଣି ।
ଏଣୁ ଓସ୍ତିଆ ଜୀବନ ଜ୍ୟୋତି ଡ଼ାଇମଣ୍ଡ ୟୁଥ ଟ୍ରଷ୍ଟ ର କାର୍ୟ୍ୟକ୍ରମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଗ୍ରାମର ବୟସ୍କ ଲୋକ, ମହିଳା, ଓ ଯୁବକ ମାନଙ୍କ ପ୍ରଚେଷ୍ଟରେ ଏହି ପର୍ବ ସମ୍ଭବ ହେଉଛି । ଫଳରେ ରଜ ପର୍ବକୁ ନିଜେ ଉପଭୋଗ କରିବା, ବନ୍ଧୁବାନ୍ଧବଙ୍କୁ ଖୁସି କରିବା ଓ ପଡିଶା ଗ୍ରାମବାସୀଙ୍କୁ ଖୁସି କରାଇବା ସମ୍ଭବ ହୋଇପାରୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଗ୍ରାମର ସଂସାର ଘଡେଇ, ନୃସିଂହ ଘଡେଇ, ବାବୁଲି ଘଡ଼େଇ, ରାଜ ଘଡେଇ, ବାବୁ ବେହେରା, ସୁଧୀର ମହାନ୍ତି,, ଶିଶିର ମହାନ୍ତି, କୃଷ୍ଣ ଭୂୟାଁ, ଗୟାଧର ଭୂୟାଁ, ପୁନାନନ୍ଦ ବେହେରା, ଗୋଲେଖ ବେହେରା, ପଞ୍ଚାନନ ମହାନ୍ତି ପ୍ରମୁଖ ତିନି ଦିନ ଧରି ରଜ ମହୋତ୍ସବ କୁ ଗ୍ରାମବାସୀଙ୍କ ସହିତ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା କଳାକାର, ଅତିଥି ମାନଙ୍କୁ ଜୀବନ ଜ୍ୟୋତି କ୍ଲବ ଧନ୍ୟବାଦ ଦେଇ ଆଗାମୀ ଦିନରେ ସହଯୋଗ କାମନା କରିଥିଲେ ।



