ଷ୍ଟପ୍ ଡାଇରିଆ କ୍ୟାମ୍ପେନ ଉଦଘାଟିତ

କେନ୍ଦ୍ରାପଡ଼ା, ୧୬/୦୬/୨୦୨୫(ଓଡ଼ିଶା ସମାଚାର)- ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ. ଆର. ଏସ. କର୍ଣ୍ଣର ଠାରେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗା ପ୍ରଶନ ନାୟକ “ଷ୍ଟପ ଡାଇରିଆ” କ୍ୟାମ୍ପେନ ୨୦୨୫କୁ ଶୁଭଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ୧୬ଜୁନ ରୁ ଆରମ୍ଭ ହୋଇ ୩୧ଜୁଲାଇ ପର୍ଯ୍ୟନ୍ତ ଚାଲିବ ।

ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦ୍ର କୁମାର ଶତପଥି, ଏ.ଡି.ଏମ.ଓ (ମେଡିକାଲ) ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଡେପୁଟି ମ୍ୟାନେଜର (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ସୁକାନ୍ତ କୁମାର ପ୍ରଧାନ, ହସ୍ପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ, ଜିଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭକାନ୍ତ ନାୟକ, ଜିଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଉଦ୍ଘାଟନୀ ସମୟରେ ବିଧାୟକ ଷ୍ଟପ ଡାଇରିଆ କ୍ୟାମ୍ପେନ୍ ର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ବୁଝିଥିଲେ । ଏହି ଷ୍ଟପ ଡାଇରିଆ କାର୍ଯ୍ୟକ୍ରମରେ ଗ୍ରାମାଂଚଳରେ ଆଶାକର୍ମୀ ମାନେ ଘରକୁ ଘର ଯାଇ ଓ. ଆର. ଏସ. ଏବଂ ଜିଙ୍କ ବଟିକା ପ୍ରଦାନ କରିବେ । ସେହିପରି ମହିଳା ସ୍ୱାସ୍ଥ୍ୟ କର୍ମୀ ଓ କମୁ୍ୟନିଟି ହେଲଥ ଅଫିସର ମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡାଇରିଆ କେସ କୁ ପରିଚାଳନା କରିବେ । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ ଡିଭିଜନାଲ ହସ୍ପିଟାଲ ଓ ଜÿିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଡାଇରିଆର ପରିଚାଳନା କରିବେ ।ଏହି କାର୍ଯ୍ୟକ୍ରମକୁ ବ୍ଲକ ଏବଂ ଜÿିଲାସ୍ତରରୁ ତଦାରାଖ କରାଯିବ ।

Leave a Reply

Your email address will not be published. Required fields are marked *