ଭୁବନେଶ୍ୱର /ବାରଙ୍ଗ,୧୬/୦୬/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉପକଂଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଧିଷ୍ଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ରେକର୍ଡ ପର୍ଯ୍ୟଟକ ବୁଲିଛନ୍ତି ।
ଗଣପର୍ବ ‘ରଜ’ ଅବସରରେ ପର୍ଯ୍ୟଟକମାନେ ରବିବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲିଛନ୍ତି । ସବୁଠାରୁ ବଡ଼ କଥା ହେଲା ପର୍ଯ୍ୟଟକମାନେ ଭଲ ବୁଲିବାର କାରଣ ହେଲା ଅନୁକୂଳ ପାଗ । ଦ୍ୱିତୀୟ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ
୩୭ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ । ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପ୍ରାୟ ଅଢ଼େଇ ହଜାର ଲୋକ ବୁଲିବାକୁ ଯାଇଥିଲେ । ପ୍ରାଣୀ ଉଦ୍ୟାନ କର୍ତୃପକ୍ଷଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ରବିବାର ଦ୍ୱିତୀୟ ରଜ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୭,୧୦୮ ଜଣ ପର୍ଯ୍ୟଟକ ବୁଲିଛନ୍ତି । ରବିବାର ଭଲ ବାର ସାଙ୍ଗକୁ ପାଗ
ଭଲ ଥିବାରୁ ଏତେ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି । ଟିକେଟ କରି ବୁଲି ଦେଖି ଥିବା ପର୍ଯ୍ୟଟକଙ୍କ ଗଣନାରୁ ଏହି ସଂଖ୍ୟା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୨୨ ମସିହା ପ୍ରଥମ ରଜରେ ସର୍ବାଧିକ ୩୪,୮୧୭ ପର୍ଯ୍ୟଟକ ଆସିଥିବା ବଡ଼ ରେକର୍ଡ ଥିଲା । ସେହି ରେକର୍ଡ ଭଙ୍ଗ ହୋଇଛି । ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନର ୨୪୭୪ ଖଣ୍ଡ ଟିକେଟ ବିକ୍ରି ହୋଇ ଥିବା ସୂଚନା ।
‘ଦ୍ୱିତୀୟ ରଜ’ରେ ନନ୍ଦନକାନନ ବୁଲିଲେ ୩୭,୧୦୮ ପର୍ଯ୍ୟଟକ
