ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ

ରାଜନଗର,୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ଭିତରକନିକା ଜାତୀୟ ଉଦ୍ୟାନ ଆଜି ଠାରୁ ଅର୍ଥାତ୍ ମେଁ ପହିଲାରୁ ବନ୍ଦ ରହିବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି ତେଣୁ ନଦୀ ନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ୟ୍ୟନ୍ତ ଏହାକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମାଆ କୁମ୍ଭୀର ଅଣ୍ଡା ଦେବା ସମୟରେ ଅଧିକ ହିଂସ୍ର ହୋଇ ଉଠିଥାଏ। ଏଥିପାଇଁ ଦେଶ ବିଦେଶର ପର୍ୟ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ଆସିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *