ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନୂତନ ୱେବସାଇଟ୍ ଏବଂ ରେକର୍ଡ ରୁମ୍‌ ଶୁଭାରମ୍ଭ

ଭୁବନେଶ୍ୱର,୧୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନୂତନ ୱେବସାଇଟ୍ ଏବଂ କ୍ୟାମ୍ପସ୍‌ ପରିସରରେ ଏକ ରେକର୍ଡ ରୁମ୍‌ ଶୁଭାରମ୍ଭ ହୋଇଛି । ଏହି ଉଦଘାଟନୀ ସମାରୋହରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡଃ ଲାଲାଟେନ୍ଦୁ ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନୂତନ ଭାବେ ଉନ୍ମୋଚିତ ହୋଇଥିବା ୱେବସାଇଟ୍   otdc.odisha.gov.in ରେ ବିଭିନ୍ନ ଉପାଦେୟ ତଥ୍ୟ ସହ ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଏହି େୱବସାଇଟ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍‌ ସହିତ ପର୍ଯ୍ୟଟକମାନଙ୍କ ପାଇଁ ଏକ ଡିଜିଟାଲ୍‌ ଗେଟେୱ ଭାବରେ କାର୍ଯ୍ୟ କରିବ ଏବଂ ପର୍ଯ୍ୟଟକମାନଙ୍କୁ ରାଜ୍ୟର ଆକର୍ଷଣୀୟ ଭ୍ରମଣ ସ୍ଥଳୀ, ରହଣି ଏବଂ ଭ୍ରମଣ ସେବା ସମ୍ପର୍କରେ ତଥ୍ୟ ଉପଲବ୍ଧ କରାଇବ ।

ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି ନୂତନ ୱେବସାଇଟ୍ ର ବିକାଶ ତଥା ରେକର୍ଡ ରୁମ୍‌ ପ୍ରତିଷ୍ଠା ପାଇଁ ସହଯୋଗ କରିଥିବା ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ନିକଟରେ ଓଡିଶାର ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ନୂତନ ୱେବସାଇଟ୍ ଏବଂ ରେକର୍ଡ ରୁମର ଉଦଘାଟନ ଦ୍ୱାରା ଓଟିଡିସି ଓଡିଶାରେ ପର୍ଯ୍ୟଟନକୁ ଲୋକପ୍ରିୟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

Leave a Reply

Your email address will not be published. Required fields are marked *