ମହାନଦୀ ବିହାର ଡେଭଲପମେଂଟ ଆସୋସିଏସନ୍ ପକ୍ଷରୁ ରଜ ମହୋତ୍ସବ

କଟକ,୧୫/୦୬/୨୦୨୫(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀ ବିହାର ଡେଭଲପମେଂଟ ଆସୋସିଏସନ୍ ପକ୍ଷରୁ ସଭାପତି ସଞ୍ଜୟ କୁମାର ଜେନାଙ୍କ ଆବାହକତ୍ୱରେ ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଂଯୋଜନା କରୁଥିବା ପତି ସଞ୍ଜୟ କୁମାର ଜେନା ଙ୍କ ଆବାହକତ୍ୱରେ ୧୧ ଟି ସ୍ଵଂୟ ସହାୟକ ଗୋଷ୍ଠୀ ର ସଂଯୋଜନା କରୁଥିବା ଶ୍ରୀମତୀ ଲେଲିନ ପ୍ରଭା ଓ ଯୋଗଗୁରୁ ନିରୁପମା ପତିଙ୍କ ତତ୍ୱାବଧାନରେ ଏବଂ ମହାନଦୀ ବିହାର ସାଂସ୍କୃତିକ ବିଭାଗର ଆବାହକ ସୁଶାନ୍ତ ଘୋଷ ଓ ହରିପ୍ରିୟା ଧଳଙ୍କ ଦ୍ୱାରା ରଜ ମହୋତ୍ସବ ପାଳନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ରଜର ମହତ୍ତ୍ଵ କୁ ଯୁବ ପୀଢ଼ି  ଙ୍କ ପାଖରେ ପହଞ୍ଚାଇବା ପାଇଁ ଏ ପ୍ରକାର ନିଆରା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବୋଲି ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍ ର ସଭାପତି ସଞ୍ଜୟ କୁମାର ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆସୋସିଏସନ୍ ପକ୍ଷରୁ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ପ୍ରତିଯୋଗିତା ହୋଇଥିଲା ।

ଶ୍ରେଷ୍ଠ ଓଡ଼ିଆଣୀ ଭାବରେ କଲ୍ୟାଣୀ ଦଳେଇଙ୍କୁ ସମ୍ମାନିତ କରାଯାଇଥିଲା । ପିଠା,ମୁରଜ ଓ ରଜ ରଚନା ଇତ୍ୟାଦି ଅନ୍ୟାନ୍ୟ ସମୂହ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କ ସହିତ ୧୧ଟି ସ୍ୱଂୟ ସହାୟକ ଗୋଷ୍ଠୀକୁ ପ୍ରଯୋଜକ ସାଇ ୱାର୍ଲ୍ଡ ପକ୍ଷରୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଛି ।

ଏଥିରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଓରମାସ୍ ର ମୁଖ୍ୟ ବିପିନ ବିହାରୀ ରାଉତ, ରୁଚି ମସଲା ନିର୍ଦ୍ଧେଶକ ରଶ୍ମି ସାହୁ, ଥାନା ଅଧିକାରୀ ଚିଣେଶ୍ୱର ମୁଣ୍ଡା, କର୍ପୋରେଟର ଇଂ ସୁବ୍ରତ ଘଡେଇ, କଟକ କ୍ଲବ୍ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *