କଟକ ସଦର, ୧୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା, କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଂଚ, ପୂର୍ବତନ କୃଷକ ସମଵାୟ ସମିତି ସଭାପତି, କନ୍ଦରପୁର କଲେଜ, ମେଡ଼ିକାଲ, ଥାନା ର ଅନ୍ୟତମ ପ୍ରତିଷ୍ଠାତା ଚନ୍ଦ୍ରମଣି ସ୍ୱ।ଇଁ ଙ୍କର ଆଜି ମଙ୍ଗଳବାର ସକାଳେ ୮୩ ବର୍ଷ ବୟସରେ ନିଜ ବାସଭବନ କମାପୁର ଠାରେ ପରଲୋକ ହୋଇଯାଇଛି। ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ଉପମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ବାଳ, ପୂର୍ବତନ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଙ୍କର ଏକାନ୍ତ ଅନୁଗତ ଭାବେ ପରିଚୟ ସୃଷ୍ଟି କରି ସ୍ୱର୍ଗତ ସ୍ୱ।ଇଁ ଅଞ୍ଚଳର ଉନ୍ନତି ମୂଳକ କାର୍ୟ୍ୟରେ ନିଜକୁ ନିୟୋଜିତ କରିଥିଲେ। ମୃତ୍ୟୁ ଖଵର ପାଇ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଙ୍କ ପୁତ୍ର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ପୁଷ୍ପ ରାଜ ପ୍ରଧାନ, କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଂଚ, ପୂର୍ବତନ ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ସମଵାୟ ସମିତି ସଭାପତି ମାନସ ରଂଜନ ପ୍ରଧାନ,’ କଟକ ସଦର ଵିଚାର ମଞ୍ଚ’ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ସୁଭାଷିନୀ ରାଉତ, ସମିତି ସଭ୍ୟ ଶାରଦା ପ୍ରଶନ୍ନ ସ୍ୱ।ଇଁ, ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, କନ୍ଦରପୁର ଶିଶୁ ମନ୍ଦିର ସଂପାଦକ ନବଘନ ରାଉତ, ପୂର୍ବତନ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶଵାଧାରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଶଵ ଶୋଭାଯାତ୍ରା ସାମିଲ ହୋଇଥିଲେ।
ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସରପଂଚ ଚନ୍ଦ୍ରମଣି ସ୍ୱ।ଇଁଙ୍କ ପରଲୋକ,ସବୁ ମହଲରେ ଶୋକର ଛାୟା
