ଯାଜପୁର,୨୪/୦୯/୨୦୨୬(ଓଡ଼ିଶା ସମାଚାର)-ରସୁଲପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ସଚୀବ ବିନା ମୂଲ୍ୟରେ କେଉଁ ମାନେ ଆଇନ୍ ସେବା ପାଇପାରିବେ, କୋର୍ଟ ପରିସରରେ ଥିବା ସମ୍ମୁଖ କାର୍ୟ୍ୟାଳୟ, ପି.ଏଲ.ଭି ମାନଙ୍କ କାର୍ୟ୍ୟ ସହିତ ଆଜିର ଆଇନ୍ ସଚେତନତା ପ୍ରସଙ୍ଗ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ। ଅତିଥି ଆଲୋଚକ ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟାନନ୍ଦ ଦାଶ, ଅନୁ ବିଭାଗୀୟ ଆରକ୍ଷୀ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ୟ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପୃଷ୍ଟି, ମହିଳା ଓ ଶିଶୁ ମଙ୍ଗଳ ଅଧିକାରିଣୀ ଗୀତା ଗାୟତ୍ରୀ ରଥ, ଆରକ୍ଷୀ ନିରୀକ୍ଷକ କୁଆଖିଆ ଥାନା ସୁଶାନ୍ତ କୁମାରୀ ସେଠୀ ପ୍ରମୁଖ ଯୋଗଦେଇ ୧୮ ବର୍ଷରୁ କମ୍ ଶିଶୁଙ୍କ ଯୌନ ଶୋଷଣ ଅପରାଧ ରୋକିବା ପାଇଁ ସଂଶୋଧିତ ସ୍ବତନ୍ତ୍ର କଠୋର ଆଇନ୍ ୨୦୧୨, ଡାନିଆଲ୍ ଲତିଫ୍ ଓ ଅନ୍ୟାନ୍ୟ ବନାମ ଭାରତ ରାଷ୍ଟ୍ର ସଂଘ , ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଉତ୍ତର ପ୍ରଦେଶ ରାଜ୍ୟ ବନାମ ଅପରାଧିକ ଆବେଦନ ସଂଖ୍ୟା ୧୩୨ ଓ ୧୩୩,ପାରିବାରିକ ହିଂସା ବାଲ୍ୟବିବାହ ନିରୋଧ ସହିତ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଦ୍ବାରା କାର୍ୟ୍ୟକାରୀ ହେଉଥିବା ବିବିଧ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ମିଶନ ଶକ୍ତି ସଂଯୋଜକ ସଞ୍ଜୟ ପାଠକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା ସଭାରେ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ସ୍ବୟଂ ସହାୟିକା ଗୋଷ୍ଠୀ ସଂଘ କର୍ମକର୍ତ୍ତା ଅଙ୍ଗନବାଡି କର୍ମୀ ସାଧାରଣ ନାଗରିକ ଅଂଶଗ୍ରହଣ କରିଥିଲେ। କାର୍ୟ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ବ୍ଲକ୍ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
-୦-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
