ଧନୁର୍ଜୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ

ହଜାର ରୁ ଊର୍ଦ୍ଧ୍ୱ ଗରିବ ତଥା ଅସହାୟମାନଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ଶାଢ଼ୀ, ଗାମୁଛା, ଲୁଙ୍ଗି , ବିସ୍କୁଟ ଏବଂ ଖାଦ୍ୟ ପଦାର୍ଥ ବଂଟନ କଲେ

କଟକ,୧୫/୦୬/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ସାମାଜିକ ଅନୁଷ୍ଠାନ ଧନୁର୍ଜୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ୍ର ଅଧ୍ୟକ୍ଷ ଭଗବାନ ବିଶ୍ୱାଳ ଙ୍କ ନେତୃତ୍ୱରେ ମହାନଦୀବିହାରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି ।

ଏହି ଅବସରରେ ଗାନ୍ଧୀପଲ୍ଲୀରେ ବସବାସ କରୁଥିବା ହଜାର ରୁ ଊର୍ଦ୍ଧ୍ୱ ଗରିବ ତଥା ଅସହାୟମାନଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ଅଧ୍ୟକ୍ଷ ଭଗବାନ ବିଶ୍ୱାଳ ଙ୍କ ତତ୍ତ୍ୱାବଧାନରେ ଶାଢ଼ୀ, ଗାମୁଛା, ଲୁଙ୍ଗି , ବିସ୍କୁଟ ଏବଂ ଖାଦ୍ୟ ପଦାର୍ଥ ବଂଟନ କରାଯାଇଥିଲା  ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ର  ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ରବି ଶତପଥୀ, ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ଦୀପ୍ତିରଞ୍ଜନ ବିଶ୍ୱାଳ, ରବୀନ୍ଦ୍ର ଆଚାର୍ଯ୍ୟ, ହରମୋହନ ବିଶ୍ୱାଳ, ଅଜୟ ରାଉତ, ପ୍ରତୁ୍ୟଷ ମହାନ୍ତି, ଭାଗିରଥି ସାମଲ, ଆଇନଜୀବୀ ସତ୍ୟ ମହାନ୍ତି, ଗୋଲୋକ କାନୁନଗୋ, ଦେବାଶିଷ ରଥ, ନିରାକାର ସାମଲ, ସଞ୍ଜୟ ସାମନ୍ତରାୟ, ଅଶ୍ୱିନୀ କୁମାର ନାୟକ, ଅଭୟ ପରିଜା, ବିରଂଚି ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରଜରେ ଏଭଳି ଏକ କାର୍ୟ୍ୟକ୍ରମ  ପାଇଁ ଶ୍ରୀ ବିଶ୍ୱାଳ ଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *