ମହିଳା ସମିତି ପକ୍ଷରୁ ରଜ ମହୋତ୍ସବ ପାଳିତ

କଟକ,୧୫/୦୬/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀବିହାର ମହିଳା ସମିତି ପକ୍ଷରୁ ରଜ ମହୋତ୍ସବ ଜଗନ୍ନାଥ ମନ୍ଦିର ପରିସରରେ ମହାସମାରୋହରେ ପାଳିତ  ହୋଇଯାଇଛି । ଏହି ଅବସରରେ  ମହାନଦୀବିହାର ବାସିନ୍ଦା ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ପିଠାର ମୀନା ବଜାର,  ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା କରାଯାଇଥିଲା । ଶଙ୍ଖ  ପ୍ରତିଯୋଗିତାରେ ରିନା ମିଶ୍ର ପ୍ରଥମ, ସଞ୍ଜିତା ଦାଶ ଦ୍ଵିତୀୟ, ସସ୍ମିତା ସାବତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ହୁଳହୁଳୀରେ ମାଳତୀ ଜେନା ପ୍ରଥମ, ରିନା ମିଶ୍ର ଦ୍ଵିତୀୟ, ସ୍ନେହ ନନ୍ଦ ତୃତୀୟ ହୋଇଥିବା ବେଳେ ପିଠା ପ୍ରତିଯୋଗିତାରେ  କଲ୍ୟାଣୀ ଦଳାଇ ଓ ଜ୍ୟୋତ୍ସ୍ନା ସାହୁ ପ୍ରଥମ, ଚାରୁଲତା ଷଡ଼ଙ୍ଗୀ ଦ୍ଵିତୀୟ, ନିବେଦିତା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ ।

କୃତୀ ପ୍ରତିଯୋଗୀମାନଙ୍କୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ପୁରସ୍କାର ପ୍ରଦାନ କରିଥିଲେ । ସମିତିର ସଭାପତି ନମିତା ଦାଶ, ସମ୍ପାଦିକା ମଧୁସ୍ମିତା ଷଡ଼ଙ୍ଗୀଙ୍କ ସମେତ ସମସ୍ତ ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର  ଇଂ ସୁବ୍ରତ ଘଡାଇ, ଏମଡିଏର ସଭାପତି ସଞ୍ଜୟ ଜେନା, ସମ୍ପାଦକ ହିମାଂଶୁ  ଷଡ଼ଙ୍ଗୀ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଗୋପାଳ କୃଷ୍ଣ ବେହେରା ପୋଡ଼ ପିଠା ପାଇଁ ନମିତା ଦାଶଙ୍କୁ ଶ୍ରେଷ୍ଠ ପ୍ରତିଯୋଗିତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମସ୍ତ ପୁରସ୍କାର ଗୁଡିକୁ ରୋଜି ମେକୋଭରର ଅଧ୍ୟକ୍ଷା କୃଷ୍ଣ ପ୍ରିୟ। ତ୍ରିପାଠୀ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *