ନିଶ୍ଚିନ୍ତ କୋଇଲି,୨୪/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ଉତ୍କଳୀୟ ନବ ବର୍ଷ, ସୁନିଆଁ ତିଥିରେ ଓଡ଼ିଆ ରାଜା ଙ୍କ ରାଜତ୍ଵ ଓ ଓଡିଶା ର ଶାସକୀୟ ଅଙ୍କ ଗଣନାର ବର୍ଷର ପ୍ରଥମ ଦିନ। ସଂପ୍ରତି ଶ୍ରୀକ୍ଷେତ୍ର ଠାକୁର ରାଜାଙ୍କ ୭୦ ଅଙ୍କ ପ୍ରଚଳିତ ହେଵ, ଯାହା ପ୍ରତିଟି ନବଜାତକ ଙ୍କ ଆଦ୍ୟ ଅସ୍ମିତା ବୋଲି ବାମନ ଜନ୍ମ ଉତ୍ସବ ପାଳନ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି।
ସ୍ଥାନୀୟ ପ୍ରହରାଜପୁର ସ୍ଥ ସାରଦାଦେବୀ ଭବନ ପରିସରରେ କାମେଶ୍ଵର ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂସଦ ର ସଭାପତି ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା ଅଧ୍ୟକ୍ଷତା କରିଥିଲେ। ସଂସଦ ର ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ ପ୍ରତିଷ୍ଠାତା କବି କୁଳମଣି ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶିକ୍ଷାବିତ ପଦ୍ମଲୋଚନ ସାହୁ, ସମାଜସେବୀ ଭାସ୍କର ସାହୁ, ଶୁଭଶ୍ରୀ ମାନ୍ଧାତା, ମମତା ସାହୁ, ବିଶ୍ୱଜିତ ଜେନା ପ୍ରମୁଖ ଯୋଗଦାନ କରି ବାମନ ଜନ୍ମ ର ଆଧ୍ୟାତ୍ମିକ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ପ୍ରାରମ୍ଭ ରେ ଶ୍ରୀମଦ୍ ଭାଗବତ ପୂଜନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅନିତା ସାହୁ, ମିନତୀ ପାତ୍ର, ସରିତା ସାହୁ, ସୁଭ୍ରକାନ୍ତି ସାହୁ, ପ୍ରଭାକର ସାହୁ, ଦାଶରଥି ସାହୁ, ଉମେଶ ଚନ୍ଦ୍ର ବେହେରା, ପ୍ରଭାତୀ ସାହୁ, ଜ୍ୟୋତି ପ୍ରକାଶ ସାହୁ, ପୀୟୁଷ ପ୍ରୀତମ ସାହୁ ପ୍ରମୁଖ ସକ୍ରୀୟ ଉପସ୍ଥିତ ରହିଥିଲେ। ଶେଷରେ କବୟତ୍ରୀ ସଂଯୁକ୍ତା ସାହୁ ଧନ୍ୟବାଦ ପ୍ରଦାନ କରିଥଲେ।
