ଭାରତ ପରିବାର ଫାଉଣ୍ଡେସନ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ୨୦୨୪ ଅବସରରେ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର, ୨୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ପରିବାର ଫାଉଣ୍ଡେସନ ଦ୍ୱାରା ଗୁରୁବାର ସଂଧ୍ୟାରେ ମହାବୋଧି ସୋସାଇଟି ଭାରତ ଶାଖା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଅଛି ।ଏହି ବର୍ଷର ମୁଖ୍ୟ ବିଷୟ  Invest in Women and Accelerate Progress ଶୀର୍ଷକ ଉପରେ ଆଧାରିତ ଥିଲା । ଏହି ବିଷୟ ବସ୍ତୁକୁ ଆଧାରକରି ନାରୀ ସଚେତନତା ସୃଷ୍ଟି, ଉନ୍ନତିକୁ ତ୍ୱରାନ୍ୱିତ କରିବା ଓ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି (Inclusive Growth) କରି ସେମାନଙ୍କୁ ବିଭିନ୍ନ  କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏହା ଏକ ଅଭିନବ ପ୍ରୟାସ ଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଓ କୃତୀତ୍ୱ ଲାଭ କରିଥିବା ମହିୟସୀ ମହିଳା, ସଫଳ ଶିଳ୍ପଦ୍ୟୋଗୀ, ଜ୍ଞାନୀ ତଥା ସମାଜସେବିକା ବୃନ୍ଦ ଏହି ସଭାରେ ଅଂଶ ଗ୍ରହଣକରି ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

ପ୍ରାରମ୍ଭିକ ସ୍ୱାଗତ ଭାଷଣରେ ଭାରତ ପରିବାର ଫାଉଣ୍ଡେସନ ର ନିର୍ଦେଶକ ଶ୍ରୀମତୀ ସୋନାଲି ମହାପାତ୍ର ଓ ସହ –ଆୟୋଜକ ସମ୍ପାଦିକା ଶ୍ରୀମତୀ ଗାୟତ୍ରୀ ପୃଷ୍ଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସଂଧ୍ୟାର କାର୍ୟ୍ୟକ୍ରମକୁ ନାଲକୋ ମହିଳାସମିତି ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ମୁଖ୍ୟଅତିଥି ଓ ଡ୍. ରୋଜାଲିନ ପାଟଶାଣି ମିଶ୍ର ଏବଂ ଡ଼ ଚିଦାସମିକା ଖଟୁଆ ସମ୍ମାନୀୟ ଅତିଥିରୂପେ ଯୋଗଦେଇ, ଅନ୍ୟାନ୍ୟ ଅତିଥିବୃନ୍ଦ, ସମାଜସେବିକା ଓ ଉପସ୍ଥିତ ମହିଳାପ୍ରେମୀ ମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ପାତ୍ର ତାଙ୍କ ଅଭିଭାଷଣରେ ନାରୀ ମାନଙ୍କର ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ ସେମାନେ କିପରି ସମୟକ୍ରମେ ଅଧିକ ସକ୍ରିୟ ହୋଇ ଆଗକୁ ବଢ଼ିପାରିବେ ତା ଉପରେ ବକ୍ତବ୍ୟ ରଖିଥିଲେ । ଡ଼ ଖଟୁଆ ଓ ଡ଼ ରୋଜାଲିନ ପାଟଶାଣୀମିଶ୍ର ନାରୀ ସଶସ୍ତିକରଣ, ଲିଙ୍ଗଗତ ସମାନତା ଓ ମହିଳାମାନଙ୍କ ଉପରେ ହେଉଥିବା ଅସମନତା ଉପରେ ଆଲୋଚନା କରିଥିଲେ ।

ଏତଦ ବ୍ୟତୀତ ବିଭିନ୍ନ ବିଷୟରେ ବିଶେଷ ଆଲୋଚନା ପାଇଁ ଚାରିଗୋଟି ପାନେଲ ସେସନର ଆୟୋଜନ କରାଯାଇ ବିଶେଷ ଆଲୋଚନା କରାଯାଇଥିଲା । ଉକ୍ତ ସେସନ ଗୁଡିକ ରେ ଡ଼ ଆଦ୍ୟାଶା ଦାସ, ଡ଼ ରୋଜାଲିନ ପାଟଶାଣୀମିଶ୍ର, ଡ଼ ଚିଦାସମିକା ଖଟୁଆ, ସୁନିତା ମହାନ୍ତି, ଡ଼ଜୟଶ୍ରୀ ମହାପାତ୍ର, ଡ଼ ଶୁଚିସ୍ମିତା ପୃଷ୍ଟି, ଶାଶ୍ଵତୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଆଲୋଚ୍ୟ ବିଷୟ ଉପରେ ସେମାନଙ୍କର ମତାମତ ଉପସ୍ଥାପନା କରିଥିଲେ । ଏଥୁଅନ୍ତେ ଭାରତ ପରିବାର ତତଫରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ଅବଦାନ ପାଇଁ କାର୍ୟ୍ୟ କରୁଥିବା ମହିଳା ଓ ଅନୁଷ୍ଠାନ ମାନଙ୍କୁ ଚିହ୍ନିତ କରି ପ୍ରାୟ୨୦ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗଦେଇଥିବା ସମସ୍ତ ଦର୍ଶକ ଓ ଶ୍ରୋତା ମାନଙ୍କ ମନୋରଞ୍ଜନ ଉପଲକ୍ଷେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀ ଅଶୋକ କୁମାର ମହାପାତ୍ର ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *