ଯାଜପୁର,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଅନ୍ତର୍ଗତ ଡ଼ାହାଣହାଟ ପଞ୍ଚାୟତ ଡ଼ାହାଣହାଟ ଗ୍ରାମରେ ଓ ଗୋପାଳପୁର ପଞ୍ଚାୟତର ଗୋପାଳପୁର ଗ୍ରାମରେ ଆଜି (ତା ୧୦.୦୬.୨୦୨୫ ରିଖ ଦିନ) କୃଷକ ଓ କୃଷିଜୀବୀ ମହିଳାଙ୍କ ପାଇଁ ଏକ ସଚେତନତା ଏବଂ ପ୍ରଶିକ୍ଷଣ ଶିବିର ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ କୃଷି ଗବେଷଣା ପରିଷଦ ସଂଗୀତ ଗାନ କରାଯିବା ସଙ୍ଗେ ସଙ୍ଗେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ପରିବେଷଣ କରାଯାଇଥିଲା। ଏହି ଶିବିରତର କେନ୍ଦ୍ରୀୟ କୃଷିରତ ମହିଳା ଗବେଷଣା ସଂସ୍ଥା ରେ ପ୍ରଧାନ ବୈଜ୍ଞାନିକ ଡ. ଲିପି ଦାସ ଯୋଗଦେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଓ ପ୍ରୋତ୍ସାହିତ ସମ୍ବନ୍ଧରେ ସୂଚନା ଦେଇଥିଲେ।
କୃଷି ବିଜ୍ଞାନକେନ୍ଦ୍ର ଯାଜପୁରର ବୈଜ୍ଞାନିକ ଡ.ବବିତା ମିଶ୍ର, ଶ୍ରୀ ବିଜୟ କୁମାର ରାଉତରାୟ, ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ସ୍ୱାଗତିକା ମିଶ୍ର, ସହକାରୀ କୃଷି ଅଧିକାରୀ ଶ୍ରୀ ସୁଭ୍ରଜିତ ବେହେରା, ସରପଞ୍ଚ ଶ୍ରୀମତୀ ପଦ୍ମାବତୀ ବିଶ୍ଵାଳ, ଗୋପାଳପୁର ସରପଞ୍ଚ ଶ୍ରୀ ଏସ୍.କେ ନାଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅନ୍ନଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଶା ସରକାରଙ୍କର କୃଷି ତଥା ଆନୁସାଙ୍ଗୀକ ବିଷୟରେ ଥିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହିତ ସମ୍ୱନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଫସଲର ସମ୍ୱନିତ ରୋଗପୋକ ପରିଚାଳନା, ଅଦିନିଆ ପନିପରିବା ଚାଷ , ଫସଲର ନୂତନ କିସମ, ସୁରକ୍ଷିତ ଗୃହରେ ଲାଭଜନକ ଚାଷ , ଫୁଲ ଚାଷ, ଫସଲରୁ ମୂଲ୍ୟ ଯୁକ୍ତି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଉପରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
କୃଷି ରଥ ମଧ୍ୟମ ରେ କୃଷକ ବନ୍ଧୁ ମନକୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ମାମିନା ମଲ୍ଲିକ , ପଞ୍ଚାୟତ ସମିତି ସଭ୍ୟ ସସ୍ମିତା ଜେନା କୃଷକ ସାଥୀ ଅକ୍ଷୟ ସାହୁ , ଗ୍ରାମ୍ୟ କୃଷି କର୍ମ ଚାରୀ ଦୀପକ ମହାପାତ୍ର ଏ.ଟି. ମ୍ ଅଭିରାମ ସେଠୀ, ସୁଧାଂଶୁ ଭୂଷଣ ନାୟକ , ମହାପ୍ରସାଦ ମହାପାତ୍ର , ଉପସ୍ଥିତ ରହିଥିଲେ ।