କନକବର୍ଦ୍ଧନଙ୍କ ବଡ଼ ଘୋଷଣା : ସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ୍

ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ
ସୋନପୁରରେ ହେବ ଫିସରୀ କଲେଜ
ଜୈବିକ ସାର ବ୍ୟବହାର କରିବା ପାଇଁ ଚାଷୀଙ୍କୁ ପରାମର୍ଶ
ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)-ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ସେହିପରି ବଲାଙ୍ଗିର ଓ ମୟୂରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ଖୋଲିବ ଫିସରୀ କଲେଜ । ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ଏହି ସୂଚନା ଦେଇଛନ୍ତି । ଓୟୁଏଟି ର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ସାର ଅଭାବକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଭାରତ ଚାଇନାରୁ ଫସଫେଟ୍ ଓ ୟୁରିଆ ଆମଦାନୀ ବନ୍ଦ୍ କରିଛି । ତେଣୁ କିଛି ସମୟ ପାଇଁ ସାର ମିଳିବାରେ ଅସୁବିଧା ଦେଖା ଦେଇଥିଲା । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଫର୍ଟିଲାଇଜର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଜଣାଇ ଚିଠି ଲେଖିଛନ୍ତି । ସାର ମିଳିବା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । କେନ୍ଦ୍ରମନ୍ତ୍ରୀ ସାର ପଠାଇଛନ୍ତି । ଏବେ ଚାଷୀଙ୍କୁ ସାର ଦିଆ ଚାଲିଛି । ଏହାସହ ରାସାୟନିକ ସାର ବ୍ୟବହାର ନକରି ଜୈବିକ ସାର ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *