ଜଗତସିଂହପୁର,୧୦/୦୬/୨୦୨୫ (ଓଡ଼ିଶା ସମାଚାର)- ଅଜି ପୂର୍ବାହ୍ନ ରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ବିକାଶ ମେଳା ୨୦୨୫ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଓସ୍ୱାନ୍ ଭି ସି ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ବିକାଶ ମେଳା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଜୁନ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ ।
୧୩ ତାରିଖ ରେ ପ୍ରଭାରୀ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପଲ୍ଲୀଶ୍ରୀ ମେଳା ଉଦଘାଟନ କରିବେ।ଏହି ମେଳାରେ ୫ ହଜାର ଜନ ସମାଗମ ହେବ। ସ୍କିମ୍ ଅନୁଯାୟୀ ହିତାଧିକାରୀ ମାନଙ୍କୁ ସୁବିଧା ପ୍ରଦାନ, ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା, ସଫଳ କାହାଣୀ ବୁକଲେଟ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ, ଆଇ.ଇ.ସି କ୍ରିୟାକଳାପ (activities), ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ, ନୃତ୍ୟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ, ହାଣ୍ଡିକ୍ରାଫ୍ଟ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଶ୍ରମ, କ୍ରୀଡା ବିଭାଗ ପକ୍ଷରୁ ଜୁନ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସେମିନାର ଆୟୋଜନ, ପେଣ୍ଟିଂ, ସୁସ୍ୱାଦୁ ଖାଦ୍ୟ ପ୍ରତିଯୋଗୀତା,ରଙ୍ଗୋଲି ପ୍ରତିଯୋଗିତା, ରଜଦୋଳି, ମେହେନ୍ଦି, ନେଲ ଆର୍ଟ,ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଗଛ ବଣ୍ଟନ, ନିଶା ନିବାରଣ ସଚେତନତା ଅଭିଯାନ, ଇତ୍ୟାଦି ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୧୨ ତାରିଖ ରୁ ପ୍ରତ୍ୟେକ ବ୍ଲକରେ ଭ୍ୟାନ ମାଧ୍ୟମରେ ଜନ ସଚେତନତା ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ୍ ଓ ପୌରାଞ୍ଚଳ ପରିକ୍ରମା କରିବ। ଏତଦ୍ ବ୍ୟତୀତ ଷ୍ଟାଡିୟମ୍ ଠାରେ ଓର୍ମାସ ପକ୍ଷରୁ ୮୦ ଟି ଷ୍ଟଲ୍ ବିଭିନ୍ନ ବିଭାଗର ପ୍ରଦର୍ଶନୀ, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ବାରା ଗ୍ରାମୀଣ ଉତ୍ପାଦ ବିକ୍ରୟ କରାଯିବ। ଏତଦ୍ ବ୍ୟତୀତ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୫ ଟି ପାରମ୍ପରିକ ଖାଦ୍ୟ ଷ୍ଟଲର ଆୟୋଜନ କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ।
