ଗରଦପୁର ରେ ଡ଼୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 

ଗରଦପୁର, ୦୬/୦୧/୨୦୨୪ (ଓଡ଼ିଶା ସମାଚାର)-ଡ଼୍ରାଇଭର ଦୂର୍ଘଟଣା ଘଟାଇ ଖସିଗଲେ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଜୋରିମାନା ର କେନ୍ଦ୍ର ନିୟମ ବିରୁଦ୍ଧରେ ଗତ ୨ ଦିନ ହେଲା ଡ଼୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଆଜି ଓଡ଼ିଶା ଡ଼୍ରାଇଭର ମହାସଂଘ ଗରଦପୁର ଶାଖା ପକ୍ଷରୁ ଗରଦପୁର ବଜାର ଡ଼ାକଘର ପ୍ରାଙ୍ଗଣରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଇଥିଲା । ଏହି ନିୟମ ବିରୁଦ୍ଧରେ ଡ଼୍ରାଇଭରମାନେ ବିଭିନ୍ନ ନାରାବାଜି କରିଥିଲେ । ଡ଼୍ରାଇଭର ମହାସଂଘ ଗରଦପୁର ବ୍ଲକ୍ କମିଟି ସଭାପତି ଅଶ୍ୱିନୀ ଗିରୀ , ଉପସଭାପତି ରଶ୍ମିରଂଜନ ପରିଡ଼ା, ସମ୍ପାଦକ ଦେବେନ୍ଦ୍ର କାପ , ସହ ସମ୍ପାଦକ ଦିଲିପ ସ୍ୱାଇଁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ସଂଯୋଜକ ଦିପକ ରାଉତ, ଆଶାକାନ୍ତ ରାଉତ  ପ୍ରମୁଖଙ୍କ ନେତୃତ୍ୱରେ ୧୮ ଟି ପଂଚାୟତ ର ଆଡ଼ମିନ୍ ଓ ସଦସ୍ୟଙ୍କ ସମେତ ପ୍ରଦୀପ ସାହୁ, ଶଚିଦାନନ୍ଦ ପଣ୍ଡା, ବିପିନ୍ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *