କଥା ରଖିଲା ରେଳ ବିଭାଗ: ଷ୍ଟେସନ ରୋଡରେ ଲାଗିଲା ଷ୍ଟ୍ରିଟ ଲାଇଟ

 ନିରାକାରପୁର, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ପ୍ରମୁଖ ନିରାକାରପୁର ରେଳ ଷ୍ଟେସନରେ ବିଭିନ୍ନ ଦାବି ନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ୨ ମାସ ତଳେ ଗଣଧାରଣା ଦିଆଯାଇଥିଲା ।  ଏହି ଦାବି ଗୁଡ଼ିକ ମଧ୍ୟରେ ଷ୍ଟେସନ ଉଭୟ ପାର୍ଶ୍ଵରେ ଆଲୋକୀକରଣ ବ୍ୟବସ୍ଥା କରିବା, ଟିକେଟ ଯାଞ୍ଚ କରିବା , ଷ୍ଟେସନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିବା ଓ ୪ ନଂ ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ପାଇଁ ପ୍ରଥମେ ଟିକେଟ ବିକ୍ରି ଉପରେ ଗୁରୁତ୍ବ ଦେବା ପରେ ତା ଉପରେ ପଦକ୍ଷେପ ନିଆଯିବ ଓ ଅନ୍ୟ ଏକ୍ସପ୍ରେସ ଟ୍ରେନ ରହଣୀ ଉପରେ ଷ୍ଟେସନ ରେଳ ରାଜସ୍ବ ଉପରେ ନିର୍ଭର କରୁଛି ।ଏହାକୁ ଦେଖି ପରେ ତାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏ ନେଇ ଷ୍ଟେସନ ମାଷ୍ଟର ଏକ ଲିଖିତ ପ୍ରତିଶ୍ରୁତି ଧାରଣାରତ କ୍ରିୟାନୁଷ୍ଠାନ କମିଟି କୁ ପ୍ରଦାନ କରିଥିଲେ। ଏହା ପରେ ଷ୍ଟେସନ ରୋଡରେ ଆଲୋକୀକରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ଷ୍ଟେସନ ରୋଡର କିଛି ଅଂଶ ରେ ଷ୍ଟ୍ରିଟ ଲାଇଟ ଲାଗିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ବିଭାଗକୁ ଧନ୍ୟବାଦ୍ ଜଣାଯାଇଛି।

Leave a Reply

Your email address will not be published. Required fields are marked *